ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୧୫ ।୧୦: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂ ଯାଦବ କରୋନାରେ ପୀଡ଼ିତ ହୋଇଛନ୍ତି । ବୁଧବାର ସେ ଅସୁସ୍ଥ ଅନୁଭବ କରିବାରୁ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୁଲାୟମଙ୍କ ପୁଅ ଅଖିଳେଶ ଯାଦବ ତାଙ୍କୁ ତୁରନ୍ତ ଗୁଡଗାଓଁର ମେଦାନ୍ତ ହସ୍ପିଟାଲ ନେଇ ଯାଇଥିଲେ । ସମସ୍ତ ପରୀକ୍ଷା ପରେ ସେ କରୋନାରେ ପୀଡ଼ିତ ଥିବା ଜଣାପଡିଥିଲା । ଏହାସହ ମୁଲାୟମଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ ହେବା ଫଳରେ ବୁଧବାର ରାତିରେ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ତାଙ୍କର ୩ ଘରୋଇ ସହାୟକ ମଧ୍ୟ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି ।

Share