ଖବରଦାତାଙ୍କୁ ବାନ୍ଧିବେ, ପିଟିବେ, କେସ୍‌ କରିବେ କହିଲେ ଏସ୍‌ପି

ନୟାଗଡ଼,୮ା୭ (ଲୋକନାଥ ମିଶ୍ର):ରଥଯାତ୍ରା ସମ୍ପର୍କରେ ସୂଚନା ଦିଆଯିବା ନିମନ୍ତେ ନୟାଗଡ଼ ଏସ୍‌ପି ରାହୁଲ ଜୈନଙ୍କ ପକ୍ଷରୁ ସ୍ଥାନୀୟ ଜିଲା ପୋଲିସ କାର୍ଯ୍ୟାଳୟରେ ଶନିବାର ଅପରାହ୍ନ ୪ଟାରେ ଖବରଦାତାମାନଙ୍କୁ ଡକାଯାଇଥିଲା। ଏନେଇ ପୋଲିସ ଓ ସାମ୍ବାଦିକ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ଇ-ଇନ୍‌ଭିଟେଶନ ପୋଷ୍ଟ କରାଯାଇଥିଲା। ହେଲେ ଏହି ଖବରଦାତା ସମ୍ମିଳନୀକୁ ଏସ୍‌ପି ଆସି ନ ଥିଲେ। ପରବର୍ତ୍ତୀ ସମୟରେ ୩୦ ମିନିଟ୍‌ ମଧ୍ୟରେ ପହଞ୍ଚତ୍ବେ ବୋଲି ଏସ୍‌ପି କହି ମଧ୍ୟ ଆସିଲେନାହିଁ। ଫଳରେ ଖବରଦାତାମାନେ ଅପେକ୍ଷା କରି ଫେରିଥିଲେ। ଏ ନେଇ ରବିବାର(ଜୁଲାଇ ୭) ଧରିତ୍ରୀରେ ‘ଖବରଦାତା ସମ୍ମିଳନୀ ଡାକିଲେ, ଆସିଲେ ନାହିଁ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଅନ୍ୟ ଏକ ଖବରକାଗଜରେ ମଧ୍ୟ ଏ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଏହାପରେ ଏସ୍‌ପି ଜୈନ୍‌ ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି। ରବିବାର ପୂର୍ବାହ୍ନରେ ଧରିତ୍ରୀ ଖବରଦାତା ଲୋକନାଥ ମିଶ୍ର ଏବଂ ଅନ୍ୟ ଏକ ଖବରକାଗଜର ଖବରଦାତାଙ୍କୁ ଏସ୍‌ପି ନିଜ କାର୍ଯ୍ୟାଳୟକୁ ଡକାଇ ଦୁର୍ବ୍ୟବହାର କରିବା ସହ ଭୁଲ୍‌ ମାଗିବାକୁ ବାଧ୍ୟ କରାଇଛନ୍ତି। ଏପରି କି ବସିବା ଏବଂ କଥା କହିବାର ସୁଯୋଗ ନ ଦେଇ ବାଡ଼େଇବି, ବାନ୍ଧିଦେବି ବୋଲି ଧମକ ଦେଇଛନ୍ତି। ଶନିବାର ପୋଲିସକୁ ଅଶ୍ଳୀଳ ଗାଳିଗୁଲଜ କରିଛ ଦର୍ଶାଇ କେସ୍‌ କରିବି ବୋଲି ମଧ୍ୟ ଏସ୍‌ପି କହିଛନ୍ତି। ଏପରି ଖବର ମୋତେ ବଦ୍‌ନାମ କରିଛି କହି ନିଜେ ଇସ୍ତଫା ଦେଇଦେବେ ବୋଲି ସେ କହିଛନ୍ତି। ଦୁର୍ବ୍ୟବହାର ଘଟଣା ଜଣାପଡ଼ିବା ପରେ ଜିଲାର ଖବରଦାତାମାନେ ଅସନ୍ତୋଷ ପ୍ରକାଶ କରିବା ସହ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ତେଣୁ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଖବରଦାତାଙ୍କ ନଁାରେ ମିଥ୍ୟା ମାମଲା କରି ଫସାଇ ଦିଆଯାଇପାରେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri