ଆଖିବୁଜିଲେ ଏହି ପ୍ରସିଦ୍ଧ ନିର୍ଦ୍ଦେଶକ, ଏପରି ଶ୍ରଦ୍ଧାଞ୍ଜଳି ଜଣାଇଲେ ଶ୍ରୁତି

ସାଉଥ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍‌ପି ଜଗନ୍ନାଥନଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁରେ ସମଗ୍ର ସାଉଥ୍‌ ଇଣ୍ଡଷ୍ଟ୍ରି ଦୁଃଖରେ ଭାଙ୍ଗିପଡ଼ିଛି। ଏହି କ୍ରମରେ ଅଭିନେତ୍ରୀ ଶ୍ରୁତି ହାସନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
କିଛି ଦିନ ପୂର୍ବେ ଜଗନ୍ନାଥନ ତାଙ୍କ ଘରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ପରେ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ମୃତ୍ୟୁରେ ଶ୍ରୁତି ହାସନ ନିର୍ଦ୍ଦେଶକଙ୍କ ଏକ ଫଟୋ ଶେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଲେଖିଛନ୍ତି, ଜଗନ୍ନାଥନ ସାର୍‌ଙ୍କୁ ବିଦାୟ ଦେବା ବେଳେ ମନ ଭାରି ହୋଇଯାଉଛି। ତାଙ୍କ ସହ କାମ କରିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ତୁମର ବୁଝାମଣା, ଦୟାଳୁ ମନୋଭାବ ପାଇଁ ବହୁତ ବହୁତ ଧନ୍ୟବାଦ। ତାଙ୍କର ପରିବାରକୁ ମୋର ଗଭୀର ସମବେଦନା ବୋଲି ଶ୍ରୁତି ଲେଖି ଜଣାଇଛନ୍ତି।

Share