Posted inଜାତୀୟ

ଏସ୍‌ପି ସବୁଠୁ ଧନୀ ଆଞ୍ଚଳିକ ଦଳ

ନୂଆଦିଲ୍ଲୀ,୩।୧୨: ସମାଜବାଦୀ ପାର୍ଟି (ଏସ୍‌ପି) ଦେଶର ସବୁଠୁ ଧନୀ ଆଞ୍ଚଳିକ ଦଳ ହୋଇଥିବାବେଳେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଦ୍ୱିତୀୟ ସ୍ଥାନରେ ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟ ଅନୁଯାୟୀ ୧୦ଟି ଶୀର୍ଷ ଆଞ୍ଚଳିକ ଦଳର ମୋଟ ସମ୍ପତ୍ତି ୨୦୨୦-୨୧ରେ ୧,୯୫୯.୩୫୧ କୋଟି ରହିଥିବାବେଳେ ୨୦୨୧-୨୨ରେ ଏହା ୪୮.୪୮ ପ୍ରତିଶତ ବୃଦ୍ଧି ପାଇ ୨,୯୦୯.୧୮୬ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ୨୦୨୦-୨୧ରେ ଏସ୍‌ପିର ସମ୍ପତ୍ତି ୫୬୧.୪୬ କୋଟି ଥିବାବେଳେ ଏହା ୧.୨୩% ବଢ଼ି ୫୬୮.୩୬୯ କୋଟି ହୋଇଥିଲା। ସେହିପରି ବିଆର୍‌ଏସ୍‌ର ମୋଟ ସମ୍ପତ୍ତି ୩୧୯.୫୫ କୋଟିରୁ ବଢ଼ି ୫୧୨.୨୪ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଡିଏମ୍‌କେର ସମ୍ପତ୍ତି ୨୪୪.୮୮ ପ୍ରତିଶତ ବଢ଼ିଥିବାବେଳେ ବିଜେଡି ସମ୍ପତ୍ତି ୧୪୩.୯୨ ପ୍ରତିଶତ ବଢ଼ିଛି। ସେହିପରି ଜେଡିୟୁ ସମ୍ପତ୍ତି ୯୫.୭୮ ପ୍ରତିଶତ ଏବଂ ଏଏପି ସମ୍ପତ୍ତି ୭୧.୭୬ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ ଏଆଇଏଡିଏମ୍‌କେ ସମ୍ପତ୍ତି ୧.୫୫% ଏବଂ ତେଲୁଗୁ ଦେଶମ୍‌ ପାର୍ଟିର ସମ୍ପତ୍ତି ୩.୦୪% ହ୍ରାସ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୨୧-୨୨ରେ ଟିଡିପିର ସର୍ବାଧିକ ଋଣ ପରିମାଣ ସର୍ବାଧିକ ୪୨.୫୮୪ କୋଟି ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

IND vs NZ ଫାଇନାଲ ପୂର୍ବରୁ ଅଭିଷେକ ଶର୍ମାଙ୍କୁ ମିଳିଲା ‘ଗୁରୁ ମନ୍ତ୍ର’: ଭାରତୀୟ କିମ୍ବଦନ୍ତୀଙ୍କ ପରାମର୍ଶ ପରେ ଏବେ ଚୌକା, ଛକା ବର୍ଷା

ନୂଆଦିଲ୍ଲୀ,୭।୩: ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ। ଭାରତ ଏବଂ ନ୍ୟୁଜିଲାଣ୍ଡ ପରସ୍ପରର ସାମ୍ନା କରିବେ। ଉଭୟ ଦଳ ଟୁର୍ନାମେଣ୍ଟରେ ଅସାଧାରଣ…

ଯୁଦ୍ଧ ମଧ୍ୟରେ ଇରାନକୁ ସାହାଯ୍ୟ କଲା ଭାରତ: ଯୁଦ୍ଧଜାହାଜକୁ…

ତେହରାନ,୭।୩: ତେହରାନର ଅନୁରୋଧରେ ଭାରତ ଏକ ଇରାନୀ ଯୁଦ୍ଧଜାହାଜକୁ ଦକ୍ଷିଣ କୋଚି ବନ୍ଦରରେ ଡକିଂ କରିବାକୁ ଅନୁମତି ଦେଇଛି ଏବଂ ଜାହାଜର ୧୮୩ ସଦସ୍ୟ ବିଶିଷ୍ଟ କର୍ମଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri