Categories: ଜାତୀୟ

ଏସପି-କଂଗ୍ରେସ ମଧ୍ୟରେ ମେଣ୍ଟ ଘୋଷଣା: ଏତିକି ଆସନରେ ସନ୍ତୁଷ୍ଟ ହେଲା କଂଗ୍ରେସ

ଲକ୍ଷ୍ନୌ,୨୧।୨: ୟୁପିରେ ଲୋକ ସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ଏସପି) ଏବଂ କଂଗ୍ରେସ ମଧ୍ୟରେ ଏକ ମିଳିତ ମେଣ୍ଟ ଘୋଷଣା କରାଯାଇଛି। ଏହି ମେଣ୍ଟରେ ଆସନ ବୁଝାମଣା ହୋଇଛି। କଂଗ୍ରେସ ୧୭ଟି ସିଟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ଏସ୍‌ପି ସହଯୋଗୀଙ୍କୁ ବାକି ୬୩ଟି ଆସନରେ ସ୍ଥାନ ଦିଆଯିବ।
ଲକ୍ଷ୍ନୌରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ୟୁପି ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ କହିଛନ୍ତି, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ଏକାଠି ଲଢିବା। ସମଗ୍ର ଦେଶକୁ ସଂଯୋଗ କରିବାକୁ କଂଗ୍ରେସ ନିରନ୍ତର ଚେଷ୍ଟା କରୁଛି।
ଏହି ଅବସରରେ ଏସପି ନେତା ତଥା ଜାତୀୟ ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ କହିଛନ୍ତି, ଆମେ ଭାରତକୁ ବଞ୍ଚାଇବା ଏବଂ ଭାଜପା ହଟାଇବା ପାଇଁ ଏକାଠି ହୋଇଛୁ। ଆଜି କୃଷକମାନେ ଚିନ୍ତିତ ଅଛନ୍ତି। ସୈନିକମାନେ ଚିନ୍ତିତ ଅଛନ୍ତି। ଏଭଳି ପରିସ୍ଥିତିରେ ଆମେ ଭାଜପା ହଟାଇବାକୁ ସଂକଳ୍ପ ନେଇ ଏକାଠି ହୋଇଛୁ।
ମିଳିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟ, କଂଗ୍ରେସ ୟୁପି ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେ, ଏସପି ଜାତୀୟ ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ଏବଂ ଏସପି ରାଜ୍ୟ ସଭାପତି ନରେଶ ଉତ୍କଳ ପଟେଲ ଉପସ୍ଥିତ ଥିଲେ।

Share