ସୋୟା ବଡ଼ି ଲାଇସେନ୍ସରେ ନକଲି ଘିଅ, କାରଖାନା ସିଲ୍‌

ମଙ୍ଗୁଳି-ଜଗତପୁର,୪।୧୦(ମାନସ ସାମଲ):ସୋୟାବିନ ବଡ଼ି ତିଆରି ପାଇଁ ଲାଇସେନ୍ସ ଆଣିଥିବା ଜଣେ ବ୍ୟକ୍ତି ନକଲି ଘିଅ ପ୍ରସ୍ତୁତ କରି ବଜାରକୁ ବିକ୍ରି ପାଇଁ ଛାଡୁଥିଲେ। କଟକ ଜଗତ୍‌ପୁର ଶିଳ୍ପାଞ୍ଚଳରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ନକଲି କାରବାର ଚାଲିଥିବାବେଳେ ଗୁରୁବାର ତାଙ୍କ କାରଖାନା ଉପରେ ଚଢ଼ାଉ ହୋଇଛି। ଡବା ଉପରେ ନାମୀଦାମୀ କମ୍ପାନୀ(ବାଲ୍‌ଗୋପାଲ ଓ ନିର୍ମାଲ୍ୟ)ର ବ୍ରାଣ୍ଡ ଲଗାଇ ନକଲି ଗୁଆଘିଅ ଏବଂ ରାଶିତେଲ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଜଗତପୁର ଥାନା ଅଧୀନ ନିୟୁ ଶିଳ୍ପାଞ୍ଚଳ ଫେଜ-୨ରେ ଥିବା ଏଭଳି ଏକ ନକଲି ଗୁଆ ଘିଅ ଓ ରାଶି ତେଲ କମ୍ପାନୀକୁ ସିଲ୍‌ କରାଯାଇଛି।
ସ୍ଥାନୀୟ ପୋଲିସ ଓ କଟକ ମହାନଗର ନିଗମ (ସିଏମ୍‌ସି) ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ କାରଖାନା ଉପରେ ଚଢ଼ାଉ କରାଯାଇ ପ୍ରାୟ ୨୦ ଲକ୍ଷ ଟଙ୍କାର କଞ୍ଚାମାଲ(ଡାଲ୍‌ଡା, ରିଫାଇନ୍‌ ତେଲ, ତେଲିଆ ଅତର, ଗୁଆ ଘିଅ, ରାଶି ତେଲ, ସୋୟାବିନ ବଡ଼ି, ପ୍ୟାକିଂ ମେଶିନ, ଗ୍ରାଇଡିଂ ମେଶିନ, ଓଜନ କଣ୍ଟା, ହିଟ୍‌ ମେଶିନ ଜବତ କରାଯିବା ସହ ୨ଜଣ କର୍ମଚାରୀଙ୍କୁ ଅଟକ ରଖିଛି। ତେବେ ଏ କମ୍ପାନୀକୁ ଚଳାଉଥିବା ମାଲିକ ସରୋଜ ମିଶ୍ର ଫେରାର ଅଛନ୍ତି। ସରୋଜଙ୍କ ଘର କଟକ ଜିଲା ସୋମପୁରରେ ହୋଇଥିବାବେଳେ ସେ କଟକରେ ରୁହନ୍ତି ବୋଲି କମ୍ପାନୀରେ କାମ କରୁଥିବା କର୍ମଚାରୀ ପ୍ରକାଶ କରିଛନ୍ତି। ପୋଲିସ ଅଟକ ଥିବା ଦୁଇ କର୍ମଚାରୀଙ୍କୁ ଅଧିକ ପଚରାଉଚରା କରୁଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଉକ୍ତ କମ୍ପାନୀ ଦୀର୍ଘ ଚାରି ବର୍ଷରୁ ଊର୍ଦ୍ଧ୍ୱ ଧରି ଚାଲୁଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବରପାଇ ଗୁରୁବାର ସାରେ ଜୋନ-୧ ଏସିପି ଅରୁଣ କୁମାର ସ୍ବାଇଁ, ଜଗତପୁର ଥାନା ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତିଙ୍କ ସହ ପୋଲିସ କର୍ମଚାରୀ ଓ ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ସହ ୬ ଜଣିଆ ଟିମ୍‌ ଉକ୍ତ କମ୍ପାନୀ ଉପରେ ଅଚାନକ ଚଢ଼ାଉ କରିଥିଲେ। ସେଠାରେ ତିଆରି ହେଉଥିବା ଘିଅ ସାମଗ୍ରୀରେ କୌଣସି କ୍ଷୀର ଜାତୀୟ ସାମଗ୍ରୀ ଦେଖିବାକୁ ମିଳି ନ ଥିଲା। ଯାଞ୍ଚ ପରେ ଉକ୍ତ କମ୍ପାନୀଟି ସୋୟାବିନ ବଡ଼ି ତିଆରି ପାଇଁ ଲାଇସେନ୍ସ ଆଣି ନକଲି ଘିଅ ଓ ରାଶି ତେଲ ପ୍ରସ୍ତୁତ କରୁଥିବା ଜାଣିବାକୁ ମିଳିଛି। ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି, ଘିଅରେ କ୍ଷୀରର ସାମଗ୍ରୀ ମିଶ୍ରଣ କରାଯାଉ ନାହିଁ। ଏକ ଗ୍ରାଇଣ୍ଡିଂ ମେଶିନରେ ଏକ ବଡ଼ ହଣ୍ଡା ଲାଗିଛି। ସେଇ ହଣ୍ଡାରେ ଡାଲ୍‌ଡ଼ା, ରିଫାଇନ ତେଲ ସହ ଏକ ତେଲିଆ ଅତର ମିଶାଯାଉଛି। ଏହି ତେଲିଆ ଅତର କେଉଁଥିରେ ତିଆରି ହେଉଛି ତାହା ଜଣା ପଡୁନାହିଁ। ଅତରକୁ ହାତରେ ଲଗାଇ ଘଷିଲେ ତାହା ପଶୁ ଚର୍ବି ପରି ଚିକ୍କଣ ଲାଗୁଛି ଓ ଗୁଆ ଘିଅ ପାରି ବାସ୍ନା ମଧ୍ୟ ହେଉଛି। ଏହା କେଉଁ ସାମଗ୍ରୀରେ ତିଆରି, ଟେଷ୍ଟ ରିପୋର୍ଟ ଆସିଲେ ଜଣାପଡ଼ିବ। ଏଠାରେ ଲ୍ୟାବ ନାହିଁ କି ଟେକ୍ନିସିଆନ ନାହାନ୍ତି। କେତେ ପରିମାଣର ସାମଗ୍ରୀ ମିଶିଲେ ତାହା ମଣିଷ ଖାଇ ହଜମ କରିପାରିବ ସେନେଇ ମଧ୍ୟ କୌଣସି ବ୍ୟବସ୍ଥା ଏଠାରେ ନାହିଁ। ଅସ୍ବାସ୍ଥ୍ୟକର ପରିବେଶରେ ଏହି କମ୍ପାନୀ ଚାଲୁଥିଲା। ଉକ୍ତ ଘିଅ ଖାଇଲେ ମଣିଷର ସ୍ବାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ ବୋଲି ମହାପାତ୍ର କହିଛନ୍ତି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ୱେଷ୍ଟ ବେଙ୍ଗଲର ବିଭିନ୍ନ ଜିଲାର ବଜାରକୁ ଏହି ନକଲି ଘିଅ ଏବଂ ତେଲ ବିକ୍ରି ପାଇଁ ପଠାଯାଉଥିଲା ବୋଲି ଜଣାପଡ଼ିଛି। ଅଟକ କର୍ମଚାରୀଙ୍କୁ ଅଧିକ ପଚରାଉଚରା କରାଯାଉଛି ବୋଲି ଜୋନ-୧ ଏସିପି ଅରୁଣ କୁମାର ସ୍ବାଇଁ କହିଛନ୍ତି। ତେବେ ଜଗତପୁର ଥାନାଠୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଉକ୍ତ କମ୍ପାନୀ ଦୀର୍ଘ ୪ବର୍ଷ ଧରି ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବାବେଳେ ପୋଲିସ କିପରି ଏହା ଜାଣିପାରୁ ନ ଥିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri