ଡାଇବେଟିସ୍‌ ରୋଗୀଙ୍କ ପାଇଁ ସୋୟାବିନ କାହିଁକି ଲାଭଦାୟକ ଜାଣନ୍ତୁ

ଆମେରିକାସ୍ଥିତ ମାସାଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)ର ଏକ ଗବେଷଣାରୁ ଜଣାପଡ଼ିଛି, ଡାଇବେଟିସ ରୋଗୀଙ୍କ ପାଇଁ ସୋୟାବିନ ସବୁଠୁ ଲାଭଦାୟକ। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟରଲ ସ୍ତର କମ୍‌ କରିବାରେ ସାହାଯ୍ୟ କରିଥାଏ। ଏପରିକି ହୃଦ୍‌ଘାତ ଏବଂ କିଡ୍‌ନୀଜନିତ ସମସ୍ୟାରୁ ରକ୍ଷା କରିଥାଏ।

ଡାଇବେଟିସ ଧୀରେ ଧୀରେ ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରିଥାଏ। କାର୍ଡିଓଭାସ୍କୁଲାର୍‌ ସିଷ୍ଟମ, କିଡ୍‌ନୀ ଓ ଲିଭର୍‌ ସବୁଠୁ ଅଧିକ ପ୍ରଭାବିତ ହୋଇଥାଏ। ଏଥିପାଇଁ ସୋୟାବିନ୍‌ ଖାଇବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ସୋୟାବିନ୍‌ରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି। ପ୍ରତିଦିନ ସୋୟାବିନ୍‌ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଯଥା ସୋୟା ଦୋସା, ସୋୟା ଉପମା, ସୋୟା ପରଟା, ସୋୟା ଚପ୍‌ ଇତ୍ୟାଦି କରି ଖାଇପାରିବେ।