ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ଅଭିନେତା-କମେଡିଆନ୍‌

ହାଇଦ୍ରାବାଦ: ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା କମେଡିଆନ୍‌ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଚନ୍ଦ୍ର ମୋହନ ଦୀର୍ଘଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଅଭିନେତା ଦୁନିଆରୁ ବିଦାୟ ନେଇଛନ୍ତି। ଏନେଇ ଜଣାପଡ଼ିବା ପରେ ଦକ୍ଷିଣ ଭାରତୀୟ ସିନେମାଜଗତରେ ଶୋକର ଛାୟା ଖେଳିଯାଇଛି। ଦୁଇଦିନ ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।

ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ ଦକ୍ଷିଣ ଭାରତୀୟ ସିନେମାରେ ବେଶ ନାଁ କମାଇଥିଲେ। ୧୯୬୬ରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ତାଙ୍କ କ୍ୟାରିୟରରେ ଗୋଟିଏରୁ ବଳି ଆରେକ ଫିଲ୍ମ ଭେଟି ଦେଇଥିଲେ। ଏଥିଲାଗି ସେ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ପାଇଥିଲେ।

Share