ବକ୍ସ ଅଫିସ୍‌ରେ ସାଉଥ୍‌ ଫିଲ୍ମର ରାଜ୍‌: ପଛକୁ ପଛ ଖଞ୍ଜି ହୋଇ ରହିଛି ଆକ୍ସନ ମୁଭି

ଏବେ ବକ୍ସ ଅଫିସରେ ଚାଲିଛି ସାଉଥ୍‌ ଫିଲ୍ମର ରାଜ। ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି।
ଗୋଟିଏ ପରେ ଗୋଟିଏ ଫିଲ୍ମ ତାର ଗୀତ ଆକ୍ସନ ପ୍ରଶଂସକଙ୍କୁ ପାଗଳ କରିଦେଉଛି। ଅନେକ ସମୟରେ ହଲ୍‌ ଫୁଲ୍‌ର ଖବର ମଧ୍ୟ ଆସିଛି। ଭଲ ଆୟ ସାଙ୍ଗକୁ ତାମିଲ, ତେଲୁଗୁ, କନ୍ନଡ କିମ୍ବା ମାଲାୟାଲମ ଫିଲ୍ମର ହିନ୍ଦୀ ଭର୍ସନର ଭରପୂର ମଜା ଉଠାଉଛନ୍ତି ଦର୍ଶକ ।
ପୁଷ୍ପା, ଆରଆର୍‌ଆର୍‌ ଓ କେଜିଏଫ-୨ର ସଫଳତା ପରେ ଆଗକୁ ଆସୁଛି ଭରପୁର୍‌ ଆକ୍ସନ ଫିଲ୍ମ। ଆଗାମୀ ଫିଲ୍ମ ତାଲିକାରେ ରହିଛି ବାହୁବଳୀ ଫେମ୍‌ ପ୍ରଭାସଙ୍କ ସାଲାର ଓ ଆଦିପୁରୁଷ । ୨୦୨୩ରେ ଉଭୟ ଫିଲ୍ମ ରିଲିଜ ହେବାକୁ ସ୍ଥିର କରାଯାଇଥିବା ବେଳେ କେଉଁ ମାସରେ ରିଲିଜ ହେବ। ସେନେଇ କୌଣସି ସବିଶେଷ ତଥ୍ୟ ମିଳିନାହିଁ। ସାଲାରରେ ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ ଶ୍ରୁତି ହାସନଙ୍କୁ ଦେଖିବାକୁ ମିଳବି। ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କେଜିଏଫ୍‌ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌।
ଅନ୍ୟପକ୍ଷେ ପ୍ରଭାସଙ୍କ ଆଉ ଏକ ଫିଲ୍ମ ଆଦିପୁରୁଷ, ଯାହାର ନିର୍ଦ୍ଦେଶନା ଦେଉଛନ୍ତି ଓମ ରାଉତ୍‌। ଆଦିପୁରୁଷରେ ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ମିଳିଥିବା ବେଳେ ସେଫ୍‌ ଅଲ୍ଲୀ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମର ୫୦୦ କୋଟି ବଜେଟ୍‌ ରହିଛି।
ଅନ୍ୟପଟେ ସୁପରଷ୍ଟାର ବିକ୍ରମଙ୍କ ଫିଲ୍ମ ପିଏସ୍‌-୧। ଏଥିରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସେହିପରି ସୁପରଷ୍ଟାର ମହେଶ ବାବୁଙ୍କ ଆଉ ଏକ ଆକ୍ସନ ଓ ଥ୍ରିଲରେ ଫ୍ଲିଲ ସକ୍ରୁ ଭାରି ପାତା ଆସୁଛି । ଯେଉଁଥିରେ ସାଉଥ ନାୟିକା କୀର୍ତ୍ତି ସୁରେଶଙ୍କ ଦେଖିବାକୁ ମିଳିବ। ତେବେ ଫିଲ୍ମର ରିଲିଜ ପୂର୍ବରୁ ଫିଲ୍ମର କଲାବତୀ ନାମକ ଏକ ଗୀତ ଖୁବ ଭାଇରାଲ ହୋଇଛି । ଦର୍ଶକମାନେ ଏହି ଗୀତକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି।

Share