ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଯନ୍ତ୍ରାଂଶରେ ନିଆଁ , ଆମେରିକାରେ ସ୍କୁଲ ବନ୍ଦ

କାଲିଫର୍ନିଆ,୧୦।୧୧: ଆମେରିକାର ଦକ୍ଷିଣ କାଲିଫର୍ନିଆର ଟଷ୍ଟିନ ସହରରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସେଠାରେ ବିଶ୍ୱଯୁଦ୍ଧ-୨ସମୟରେ ତିଆରି ହୋଇଥିବା ବ୍ଲିମ୍ପ ହ୍ୟାଙ୍ଗରରେ ନିଆଁ ଲାଗିଯାଇଛି। ସେହି ସମୟରେ ଏହି କୋଠାରେ ବଡ ବଡ ଏୟାରସିପ୍‌ ରଖାଯାଉଥିଲା। ଏହି ବ୍ଲିମ୍ପ ହ୍ୟାଙ୍ଗର ଜଳିବା ପରେ ଧୂଆଁ ଚାରିଆଡେ ଖେଳେଇ ହୋଇଯାଇଥିଲା। ଏହି ବାୟୁରେ ଆସବେଷ୍ଟସ ନାମକ ରାସାୟନିକ କାରକ ମିଳିଛି ଯାହା ବ୍ରେନ କ୍ୟାନସର ହେବାର ମୁଖ୍ୟ କାରଣ।
ବୈଜ୍ଞାନିମମାନଙ୍କ ଏହି ସୂଚନା ପରେ ଟଷ୍ଟିନ ସହରରେ ଥିବା ୯ଟି ପାର୍କକୁ ବନ୍ଦ କରିଦିଆଯାଇଛି। ବ୍ଲିମ୍ପ ହ୍ୟାଙ୍ଗର ଥିବା ସ୍ଥାନରୁ ଲୋକଙ୍କୁ ଦୂରକୁ ଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏଥିସହ ସ୍ଥାନୀୟ ଲୋକଙ୍କୁ ଆଉଟଡୋର ଆକ୍ଟିଭିଟି ପାଇଁ ବାରଣ କରାଯାଇଛି। ପ୍ରଶାସନ ପକ୍ଷରୁ ସାରା ସହରରେ ଜରୁରୀକାଳୀନ ପରିସ୍ଥିତି ବା ଏମରଜେନ୍ସି ଲାଗୁ କରାଯାଇ ଲସ୍‌ ଏଞ୍ଜଲେସରେ ଥିବା ସବୁ ସ୍କୁଲକୁ ବନ୍ଦ କରିବା ଲାଗି ଘୋଷଣା ହୋଇଛି।

Share