ଚିରଞ୍ଜିବ କରୋନା ପଜିଟିଭ

ଚେନ୍ନାଇ,୯ ।୧୧: ସାଉଥ୍ ସୁପରଷ୍ଟାର ଚିରଞ୍ଜିବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗତ ୫ ଦିନ ହେବ ଯେଉଁମାନେ ତାଙ୍କ ସହ ମିଳାମିଶା କରିଛନ୍ତି ସେମାନଙ୍କୁ ସେ କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ତାଙ୍କ ଅପକମିଂ ଫିଲ୍ମ ‘ଆଚାର୍ଯ୍ୟ’ର ଶୁଟିଂ ପୂର୍ବରୁ କରୋନା ଗାଇଡଲାଇନ୍ ଅନୁଯାୟୀ ସେ କରୋନା ଟେଷ୍ଟ କରାଇଥିଲେ । ଯେଉଁଥିରେ ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ପାଖରେ ସେମିତି କୌଣସି ଲକ୍ଷଣ ନ ଥିଲେ ବି ସେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ଟୁଇଟ କରିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏବେ ସେ ଆଇସୋଲେଶନରେ ରହିଛନ୍ତି । ତେବେ କିଛିଦିନ ତଳେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ସହ ସାକ୍ଷାତ୍ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଅର୍ଥରାଶି ଦାନ କରିଥିଲେ । ଏବେ ଅନୁମାନ କରାଯାଉଛି କି ମୁଖ୍ୟମନ୍ତ୍ରୀ ମଧ୍ୟ କରୋନା ଟେଷ୍ଟ କରାଇ ପାରନ୍ତି ।

Share