ସାଉଥ୍‌ ସୁପରଷ୍ଟାର ପବନ କଲ୍ୟାଣଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସ୍ଥିତି ଏଭଳି ହୋଇଯାଇଛି ଯେ, ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏହା କବଳରୁ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ବର୍ତ୍ତି ପାରିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଏହି କରୋନାର ଶିକାର ହୋଇଥିବା ବେଳେ ଭୋଜପୁରୀ ଷ୍ଟାର ଦିନେଶ ଲାଲ ଯାଦବ ନିରହୁଆ ମଧ୍ୟ ସଂକ୍ରମିତ ହୋଇସାରିଛନ୍ତି। ଏହି କ୍ରମରେ ଆଉ ଜଣେ ସାଉଥ ସୁପରଷ୍ଟାର ତଥା ରାଜନେତା ପବନ କଲ୍ୟାଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଶନିବାର ପବନଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ଫାର୍ମ ହାଉସ୍‌ରେ ସେ ନିଜକୁ କ୍ୱାରାଣ୍ଟାଇନ୍‌ କରିନେଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲୁଛି। ସୂଚନାଯୋଗ୍ୟ, ତିରୁପତି ପଦଯାତ୍ରାରେ ସାମିଲ ହେବା ପରେ ସେ ଏପ୍ରିଲ ୩ରେ ହାଇଦ୍ରାବାଦକୁ ଫେରିଥିଲେ। ଏହାପରେ ପବନ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ କରୋନା ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଏବେ ତାଙ୍କର ପଜିଟିଭ୍‌ ବାହାରିଛି।

Share