ଅଭିନେତ୍ରୀ ଐଶ୍ଚର୍ଯ୍ୟାଙ୍କୁ କରୋନା

କରୋନା ଭାଇରସ ଏବେ ଦେଶରେ କାୟା ବିସ୍ତାର କରିଛି। ବର୍ତ୍ତମାନ ସାଧାରଣ ଲୋକଙ୍କ ସହ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକଙ୍କୁ ମଧ୍ୟ କରୋନା ଚିନ୍ତା ଘାରିଛି। ଜଣେ ପରେ ଜଣେ ଅଭିନେତ୍ରୀ ଅଭିନେତା କରୋନା ଆକ୍ରାନ୍ତ ହେଉଛନ୍ତି। ନିକଟରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ, ଅଭିଷେକ ଐଶ୍ଚର୍ଯ୍ୟା ଏବଂ ଆରାଧ୍ୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସାଉଥ ଷ୍ଟାର ଅର୍ଜୁନ ସରଜାଙ୍କ ଝିଅ ତଥା ଅଭିନେତ୍ରୀ ଐଶ୍ଚର୍ଯ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜେ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଐଶ୍ଚର୍ଯ୍ୟା ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କୁ ସେ କରୋନା ପଜିଟିଭ ଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଡାକ୍ତରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି ଏବଂ ତାଙ୍କର ସମ୍ପୂର୍ଣ୍ଣ ପରାମର୍ଶ ଗ୍ରହଣ କରୁଛି। ଅତୀତରେ ମୋ ସହ ମିଶିଥିବା ସମସ୍ତ ବ୍ୟକ୍ତି ନିଜର ଯତ୍ନ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Share