ତିଆରି ଚାଲିଛି ଦକ୍ଷିଣ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ରେଳକୋଚ୍‌ ରେଷ୍ଟୁରାଣ୍ଟ, ଦେଖିବାକୁ ମିଳିବ ଡଙ୍ଗରିଆଙ୍କ କଳାକୃତି

ରାୟଗଡ଼ା,୨୧।୯ (ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାରେ ନୂତନ ରେଳ ଡିଭିଜନ କାର୍ଯ୍ୟ ଆରମ୍ଭ ହେବା ପରଠୁ ରାୟଗଡ଼ା ରେଳ ଷ୍ଟେଶନ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। କିଛି ମାସ ହେବ ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରେଳ ବିଭାଗ ପକ୍ଷରୁ ଏକ ଅଲ୍‌ଟ୍ରା ଆଧୁନିକ ରେଳ କୋଚ ରେଷ୍ଟୁରାଣ୍ଟ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଉକ୍ତ ରେଳ ବଗିରେ ରାୟଗଡ଼ା ଜିଲାର ଡଙ୍ଗରିଆଙ୍କ କଳାକୃତି ଦେଖିବାକୁ ମିଳିଛି। ଏହା ଲୋକଙ୍କର ବେଶ୍‌ ମନ ମୋହୁଛି। ଉଦ୍‌ଘାଟନ ନ ହେବା ଆଗରୁ ହିଁ ଲୋକେ ଏଠାରେ ସେଲ୍ଫି ନେଉଥିବା ଦେଖିବାକୁ ମିଳୁଛି। ଦକ୍ଷିଣ ଓଡ଼ିଶାର ଏହା ପ୍ରଥମ ଅଲ୍‌ଟ୍ରା ରେଳ କୋଚ୍‌ ରେଷ୍ଟୁରାଣ୍ଟ ବୋଲି କୁହାଯାଉଛି। ଏହା ୨୪x ୭ ସେବା ଯୋଗାଇବ। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଉଦ୍‌ଘାଟନ କରାଯିବ। ସାଧାରଣ ଲୋକଙ୍କୁ ସୁହାଇବା ଭଳି ଟଙ୍କାରେ ବିଭିନ୍ନ ଖାଦ୍ୟପେୟ ଏଥିରେ ରଖା ଯାଇଥିବା ବିଭଗୀୟ ସୂତ୍ରରୁ ଜଣା ପଡିଛି। ଜନ୍ମଦିନ ପାର୍ଟି ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଏହା ବ୍ୟବହାର କରିପାରିବେ ବୋଲି ଜଣାପଡ଼ିଛି। ରେଲଓ୍ବେ ଯାତ୍ରୀ, ଅନ୍ୟ ଲୋକମାନେ ଏହି ସୁବିଧା ଉଠାଇପାରିବେ ବୋଲି ଜଣାପଡ଼ିଛି।

ଭାରତ ଷ୍ଟେଶନ ଯୋଜନାନୁଯାୟୀ ରାୟଗଡ଼ା ରେଳ ଷ୍ଟେଶନର ଭିତ୍ତି ଭୂମିକୁ ବିକାଶ କରାଯାଉଛି। ରାୟଗଡ଼ାର ପୁରାତନ ରେଳ ଷ୍ଟେଶନରେ ପରିତ୍ୟକ୍ତ ଏବଂ ପ୍ରତିବନ୍ଧିତ ହୋଇପଡି ରହିଥିବା ବଗିଟିକୁ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ କରାଯାଇଛି। ଏହାର ଭିତର ବାହାରେ ସୁନ୍ଦରଭାବେ ଡଙ୍ଗରିଆଙ୍କ ଚିତ୍ରକଳା ରହିଛି। ଏକ ବେସରକାରୀ ସଂସ୍ଥାକୁ ଟେଣ୍ଡର ଦିଆଯାଇଛି, କିନ୍ତୁ ରେଳ ବିଭାଗ ନିୟମାନୁଯାୟୀ କାର୍ଯ୍ୟ କରାଯିବ। ୫ ବର୍ଷ ପର୍ଯ୍ୟନ୍ତ ଏହି ଟେଣ୍ଡର ରହିବ। ପ୍ରତ୍ୟେକ ୫ ବର୍ଷରେ ମାଲିକାନା ପରିବର୍ତ୍ତନ କରାଯିବ ବୋଲି ରାୟଗଡ଼ା ଷ୍ଟେଶନ ମାଷ୍ଟର ପରମାନନ୍ଦ ବିଡ଼ିକା କହିଛନ୍ତି। ଏହା ରେଳ ବିଭାଗର ଉନ୍ନତୀକରଣ କାର୍ଯ୍ୟରେ ଯାଉଛି। ଷ୍ଟେଶନକୁ ସୁନ୍ଦର କରିବା ସହ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ଏଭଳି ପ୍ରୟାସ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri