ବ୍ୟକ୍ତିଙ୍କ ଜୀବନ ନେଇଗଲା ରୋବଟ୍‌

ସିଓଲ,୧୦।୧୧:ଆଧୁନିକତାର ଛାପରେ ବିଜ୍ଞାନ ସହାୟତାରେ ରୋବଟ ଦ୍ୱାରା ମଧ୍ୟ ଯେକୌଣସି କାମ ହୋଇ ପାରୁଛି। ମଣିଷର ବିନା ସହାୟତାରେ ରୋବଟ ମେସିନ୍‌ ବିଭିନ୍ନ କାମ ଅତି ସହଜରେ କରିପାରୁଛି। କିନ୍ତୁ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଦକ୍ଷିଣ କୋରିଆରେ ଏକ ରୋବଟ୍‌ ଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣକ ହେଲେ ୪୦ବର୍ଷିୟ ରୋବୋଟିକ୍ସ କମ୍ପାନୀର କର୍ମଚାରୀ। ଦକ୍ଷିଣ ଗ୍ୟୋଙ୍ଗସାଙ୍ଗ ପ୍ରଦେଶର କୃଷିଜାତ ଦ୍ରବ୍ୟର ବିତରଣ କେନ୍ଦ୍ରରେ ସେ କାର୍ଯ୍ୟ କରୁଥିଲେ। କମ୍ପାନୀରେ କାମ କରୁଥିବା ରୋବଟ୍‌ଟି ଗୋଲମରିଚ ବାକ୍ସ ଉଠାଇ ପାଲେଟ୍‌ ଉପରେ ରଖୁଥିଲା। ତେବେ କିଛିଦିନ ଧରି ରୋବଟ୍‌ଟି ଠିକ୍‌ ଭାବେ କାମ କରୁ ନ ଥିବାରୁ ବ୍ୟକ୍ତିଙ୍କୁ ସେ ଏକ ଗୋଲମରିଚ ବାକ୍ସ ବୋଲି ଭାବିଥିଲା। ଏହାପରେ ରୋବଟ୍‌ଟି ତାଙ୍କ ମୁହଁ ଓ ଛାତିକି ଚାପି ଦେଇଥିଲା। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା।

Share