ହଲୋଇନ ଫେଷ୍ଟିଭାଲରେ ଦଳାଚକଟା. ହୃଦଘାତରେ ୧୪୯ ମୃତ, ଶୋକ ପ୍ରକାଶ କଲେ ବାଇଡେନ, ସୁନକଙ୍କ ସମେତ ସାରା ବିଶ୍ୱର ଅନେକ ନେତା

ସିଓଲ,୩୦ ।୧୦: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଚାଲିଥିବା ହଲୋଇନ୍ ଫେଷ୍ଟିଭାଲରେ ଦଳାଚକଟାରେ ଏପର୍ଯ୍ୟନ୍ତ ୧୪୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ୧୫୦ରୁ ଅଧିକ ଆହତ ବି ହୋଇଛନ୍ତି । ଏହି ଘଟଣା ସମୟରେ କେତେକଙ୍କୁ ହୃଦଘାତ ଆସିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଘଟଣାକୁ ନେଇ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । କୁହାଯାଉଛି କି ହଲୋଇନ ଫେଷ୍ଟିଭାଲ ସମୟରେ ଏଥିରେ ସାମିଲ ଲୋକେ ଏକ ଛୋଟିଆ ଗଳିରେ ପ୍ରବେଶ କରିବାରୁ ସେଠାରେ ଦଳାଚକଟା ହୋଇଯାଇଥିଲା । ଫଳରେ ଏଭଳି ଦୁର୍ଘଟଣା ଘଟିଛି । ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ୟେେଓାଲ ଆହତଙ୍କର ତୁରନ୍ତ ଚିିକତ୍ସା ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ସଡ଼କ ଉପରେ ଲୋକେ ଏଣେତେଣେ ପଡି ରହିଛନ୍ତି ଆଉ ମେଡିକାଲ ଟିମ ସେମାନଙ୍କୁ ସିପିଆର ଟ୍ରିଟମେଣ୍ଟ ଦେଉଛନ୍ତି । ନିକଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ମୂଲ ଭାରତୀୟ ଋଷି ସୁନକ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଟୁଇଟ କରି ସୁନକ ଲେଖିଛନ୍ତି, ଆଜି ରାତିରେ ସିଓଲରୁ ଏକ ଦୁଃଖଦ ଖବର ଆହିଛି । ଏହି ଘଟଣାରେ ପୀଡ଼ିତ ଓ ଏହି ଦୁଃଖ ସମୟରେ ଦକ୍ଷିଣ କୋରିଆର ସମସ୍ତ ନାଗରିକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟୁଇଟ କରି ଲେଖିଛନ୍ତି, ସିଓଲରେ ନିଜର ଲୋକଙ୍କୁ ହରାଇଥିବା ପରିବାର ପ୍ରତି ଜିଲ ଓ ମୁଁ ସମବେଦନା ଜଣାଉଛୁ । ଏହି ଦୁଃଖ ସମୟରେ ଦକ୍ଷିଣ କୋରିଆ ସହ ଆମେରିକା ରହିଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ ।
ସେହିପରି କାନାଡାର ପ୍ରଧାନମନ୍ତୀ ଜଷ୍ଟିନ ଟ୍ରୁଡୋ ବି ଟୁଇଟ କରି ଏହି ଘଟଣାକୁ ନେଇ କାନାଡାବାସୀଙ୍କ ପକ୍ଷରୁ ସମବେଦନା ଜଣାଇଛନ୍ତି । ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଅନ୍ୟପଟେ ଫ୍ରାନ୍ସର ରାଷ୍ଟ୍ରପତି ଇମୈନୁଏଲ ମୈକ୍ରୋ ବି ହଲୋଇନ୍ ଫେଷ୍ଟିଭାଲରେ ଦକ୍ଷିଣ କୋରିଆରେ ହୋଇଥିବା ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି । ସେ ଟୁଇଟ କରି ଲେଖିଛନ୍ତି, ସିଓଲରେ ହଲୋଇନ ଫେଷ୍ଟିଭାଲ ସମୟରେ ହୋଇଥିବା ଅଘଟଣକୁ ନେଇ ଦକ୍ଷିଣ କୋରିଆବାସୀଙ୍କୁ ସମବେଦନା ଜଣାଉଛୁ । ଏହି ଦୁଃଖ ସମୟରେ ଫ୍ରାନ୍ସ ଆପଣଙ୍କ ସହ ରହିଛି ।

Share