Categories: ଜାତୀୟ

ଭାରତ ଗସ୍ତରେ ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୮।୪: ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ ପାର୍କ ଜିନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଶନିବାର ଜିନ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ପାର୍କ ଜିନ ଗଣତନ୍ତ୍ରର ମଜବୁତ ପାଇଁ ମହାତ୍ମା ଗାନ୍ଧୀଙ୍କ ଉଦ୍ୟମକୁ ଦକ୍ଷିଣ ପ୍ରଶଂସା ମଧ୍ୟ କରିଥିଲେ।
ପାର୍କ ଜିନ କହିଛନ୍ତି, ମୁଁ ୨୭ ବର୍ଷ ପୂର୍ବେ ଭାରତ ଆସିଥିଲି ଏବଂ ସେଇଟା ମୋର ପ୍ରଥମ ଭାରତ ଗସ୍ତ ଥିଲା। ମହାତ୍ମା ଗାନ୍ଧୀଙ୍କ ସତ୍ୟଗ୍ରାହର ଧାର୍ମିକ ଉଦ୍ଦେଶ୍ୟକୁ ମୁଁ ସର୍ବଦା ପ୍ରଶଂସା କରେ। ଗାନ୍ଧିଜୀଙ୍କ ଅନେକ ଦର୍ଶନଶାସ୍ତ୍ର ଅଛି ଯାହା ଶିକ୍ଷା ଦିଏ। ସତ୍ୟଗ୍ରାହ ସମେତ ଗଣତନ୍ତ୍ରର ମଜବୁତ ପାଇଁ ତାଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ପ୍ରଶଂସନୀୟ। ଶୁକ୍ରବାର ଭାରତରେ ପହଞ୍ଚିବା ପରେ ପାର୍କ ଜିନ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ସାକ୍ଷାତ କରିଥିଲେ।

Share