Categories: ଖେଳ

ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ହରାଇଲା…

ଭୁବନେଶ୍ୱର, ୧୭।୧: ହକି ବିଶ୍ୱକପ୍‌ର ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏସୀୟ ଲଢ଼େଇରେ ଦକ୍ଷିଣ କୋରିଆ ଜାପାନକୁ ୨-୧ ଗୋଲରେ ହରାଇଛି। ଏଥିସହ ୨ ମ୍ୟାଚରୁ ଦକ୍ଷିଣ କୋରିଆ ପ୍ରଥମ ବିଜୟ ହାସଲ କରିଛି । ଦକ୍ଷିଣ କୋରିଆ ପକ୍ଷରୁ ଡବଲ ଗୋଲ ସ୍କୋରର ଜୁଙ୍ଗଜୁନ୍‌ ଲୀ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଏଠାରେ ବିଜୟ ଫଳରେ କୋରିଆର କ୍ରସ୍‌ ଓଭର ଖେଳିବା ଆଶା ଉଜ୍ଜୀବିିତ ହୋଇଛି।

ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆ ଡିିଫେଣ୍ଡିଂ ଚାମ୍ପିୟନ ବେଲଜିୟମଠାରୁ ୦-୫ ଗୋଲରେ ହାରି ଯାଇଥିଲା।

 

Share