ଆଉ ନାହାନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ ପ୍ରତୀମା ଦେବୀଙ୍କର ୮୮ ବର୍ଷରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ପ୍ରତୀମା ଅଭିନୟ କ୍ୟାରିୟର ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଶେଷ ଫିଲ୍ମ ଥିଲା ‘ରମା ଶାମା ଭାମା’, ଯାହାକି ୨୦୦୫ରେ ରିଲିଜ୍‌ ହୋଇଥିଲା।
୧୯୪୭ରେ ଫିଲ୍ମ ‘କୃଷ୍ଣ ଲୀଲା’ରୁ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ଏହା ପରେ ୧୯୫୧ରେ ‘ଜଗନମୋହିନୀ’ରେ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ। ଏହା କନ୍ନଡର ପ୍ରଥମ ଫିଲ୍ମ ଥିଲା ଯାହାକି ବକ୍ସଅଫିସରେ ଲଗାତର ୧୦୦ ଦିନ ପୂରଣ କରିଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ। କର୍ନାଟକ ସରକାର ୨୦୦୦-୦୧ ପାଇଁ ପ୍ରତୀମା ଦେବୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାରରେ ସମ୍ମାନୀତ କରିଥିଲେ। ପ୍ରତୀମା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ଶଙ୍କରଙ୍କୁ ବିବାହ କରିଥିଲେ। ତାଙ୍କର ପୁଅ ରାଜେନ୍ଦ୍ର ସିଂ ଜଣେ ଫିଲ୍ମ ନିର୍ଦ୍ଦେଶକ ଏବଂ ଝିଅ ବିଜୟଲକ୍ଷ୍ମୀ ଜଣେ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା।

Share