ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ହେଲେ ଆଜି ପର୍ଯ୍ୟନ୍ତ ଅଛନ୍ତି ଅବିବାହିତ

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ନୟନତାରା। ସବୁଠାରୁ ଅଧିକ ଫିସ୍‌ ନେଉଥିବା ଅଭିନେତ୍ରୀଙ୍କ ତାଲିକାରେ ରହିଛି ତାଙ୍କ ନାମ। ଆଜି ଅର୍ଥାତ୍‌ ୧୮ ନଭେମ୍ବର ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ। ୧୯୮୪ ମସିହାରେ ଏକ ମଲାୟାଲୀ ଖ୍ରୀଷ୍ଟିଆନ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ସହ ବ୍ୟକ୍ତିଗତ ଜୀବନକୁ ନେଇ ନୟନତାରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
କଲେଜ ସମୟରୁ ନୟନତାରା ମଡେଲିଂ କରୁଥିଲେ। ୨୦୦୩ ମସିହାରେ ନିର୍ଦ୍ଦେଶକ ସାଥ୍ୟାନ୍‌ନ ଅଣ୍ଠିକଡ ତାଙ୍କୁ ଫିଲ୍ମ ‘ମନାସିନାକ୍‌ରେ’ରେ ସୁଯୋଗ ଦେଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ସଫଳ ସିନେମାରେ କାମ କଲେ। ପରେ ସେ ତାମିଲ ଏବଂ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିବାକୁ ଲାଗିଲେ। ନୟନତାରା ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଚେନ୍ନାଇର ଆର୍ଯ୍ୟ ସମାଜ ମନ୍ଦିରରେ ସେ ନିଜର ଧର୍ମ ପରିବର୍ତ୍ତନ କରିଥିଲେ। ତେବେ ନିଜର ପ୍ରେମ ପାଇଁ ସେ ଏପରି କରିଥିବା କୁହାଯାଏ।
ଲଭ୍‌ ଲାଇଫ୍‌କୁ ନେଇ ନୟନତାରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସର୍ବପ୍ରଥମେ ତାଙ୍କ ନାମ ନିର୍ଦ୍ଦେଶକ ତଥା ଅଭିନେତା ସିଲାମ୍ବରସନ ରାଜେନ୍ଦ୍ରଙ୍କ ସହ ଯୋଡା ଯାଉଥିଲା। ମାତ୍ର ୨୦୦୬ରେ ତାଙ୍କ ସହ ବ୍ରେକ୍‌ଅପ୍‌ ହୋଇଥିବା ଅଭିନେତ୍ରୀ ନିଜେ ଏକ ସାକ୍ଷାତକାରେ କହିଥିଲେ। ପରେ ୨୦୦୮ରେ ପ୍ରଭୁ ଦେବାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ସେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ। ୨୦୦୯ରେ ଉଭୟ ଲୁଚିଛପି ବିବାହ କରିଥିବା ମଧ୍ୟ କୁହାଯାଉଥିଲା। ଏପରିକି ନୟନତାତା ପ୍ରଭୁ ଦେବାଙ୍କ ପାଇଁ ନିଜ ହାତରେ ଏକ ଟାଟୁ ମଧ୍ୟ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ନୟନତାରା ଅବିବାହିତା ଅଛନ୍ତି।

Share