କର୍କଟରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଥଭାସିଙ୍କର ସୋମବାର ରାତିରେ ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ସେ ଚିକିତ୍ସିତ ହେଉଥିବା ତାମିଲନାଡୁର ସରଭନା ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପକ୍ଷରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦିଆଯାଇଛି।
ଗତ କିଛି ଦିନ ତଳେ ଥଭାସି ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଥିଲେ। ଉକ୍ତ ଭିଡିଓରେ ସେ ବହୁତ ପତଳା ହୋଇଯାଇଥିବା ଦେଖିବାକୁ ମିଳୁଥିଲା।

Share