ଏହି ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ପରଲୋକ: ୨ ଦିନ ପୂର୍ବରୁ ଅନ୍‌ଲାଇନ୍‌ରେ ନେଇଥିଲେ କ୍ଲାସ୍‌

କନ୍ନଡ ଫିଲ୍ମର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ରାଜନ ନାଗେନ୍ଦ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ରବିବାର ସନ୍ଧ୍ୟାରେ ବାଙ୍ଗାଲୋରସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପୁଅ ଅନନ୍ତ କୁମାର ଜଣାଇଛନ୍ତି। ସେ କହିଛନ୍ତି, ବାପା ରାଜନ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ଦୁଇ ଦିନ ପୂର୍ବରୁ ସେ ଅନ୍‌ଲାଇନ୍‌ରେ ମ୍ୟୁଜିକ୍‌ କ୍ଲାସ୍‌ ନେଇଥିଲେ। ଏହା ପରେ ତାଙ୍କୁ କିଛି ଦେଖାଯାଉ ନ ଥିଲା ବୋଲି ଅନନ୍ତ କହିଛନ୍ତି।
୨୦ ବର୍ଷ ରାଜନଙ୍କ ସାନ ଭାଇ ନାଗେନ୍ଦ୍ରଙ୍କ ପରଲୋକ ଘଟିଥିଲା। କନ୍ନଡ଼ ଫିଲ୍ମରେ ଏହି ୨ ଭାଇଙ୍କ ଯୋଡିକୁ କ୍ୟାଣଜୀ-ଆନନ୍ଦଜୀ କୁହାଯାଏ। ଏହି ଯୋଡି ୫ ଦଶକ ମଧ୍ୟରେ ୩୭୫ରୁ ଊର୍ଦ୍ଧ୍ୱ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଏଥିମଧ୍ୟରୁ ୨ଶହ କନ୍ନଡ଼ ଫିଲ୍ମ ରହିଛି। ସେହିପରି ତାମିଲ, ତେଲୁଗୁ, ମାଲୟାଲମ, ହିନ୍ଦୀ ଏବଂ ସିଂହଳ ଫିଲ୍ମରେ ମଧ୍ୟ ସଂଗୀତ ଦେଇଛନ୍ତି।

Share