ଚେନ୍ନାଇ,୧୪ା୫: ଆହତ ସମସ୍ୟା କାରଣରୁ ସ୍ୱଦେଶ ଫେରିଥିବା ଜେମି ଓଭରଟନଙ୍କ ବଦଳ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଡିଆନ ଫରେଷ୍ଟରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଚୟନ କରିଛି। ଏ ନେଇ ଆଇପିଏଲ୍ ପକ୍ଷରୁ ଗୁରୁବାର ବିବୃତି ଜାରି କରାଯାଇଛି। ଓଭଟରନ ଚଳିତ ସିଜନରେ ୧୧ ମ୍ୟାଚ୍ ଖେଳି ୧୪ ଉଇକେଟ ନେଇଥିଲେ। ଅନ୍ୟପକ୍ଷରେ ଫରେଷ୍ଟର ବାମହାତୀ ପେସର ହେବା ସାଙ୍ଗକୁ ଜଣେ ଦକ୍ଷ ଲୋୟର ଅର୍ଡର ବ୍ୟାଟର। ସେ ୭୫ ଲକ୍ଷ ଟଙ୍କାର ବେସ ପ୍ରାଇସ୍ରେ ଦଳରେ ସାମିଲ ହୋଇଛନ୍ତି।
ଚଳିତ ବର୍ଷ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଟି୨୦ ପଦାର୍ପଣ କରିଥିବା ୨୫ ବର୍ଷୀୟ ଫରେଷ୍ଟର ନିକଟରେ ପାକିସ୍ତାନ ସୁପର ଲିଗ୍ ଓ ସା୨୦ରେ ଖେଳିଥିଲେ।