Categories: ଖେଳ

ଦକ୍ଷିଣ ଆଫ୍ରିକାରେ ଭାରତର ସିରିଜ ଜିତିବା ସ୍ବପ୍ନ ଭାଙ୍ଗିଲା

ସେଞ୍ଚୁରିଅନ୍‌,୨୮।୧୨: ସେଞ୍ଚୁରିଅନ୍‌ ସୁପରସ୍ପୋଟର୍‌ସ ପାର୍କଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଇନିଂସ ଏବଂ ୩୨ ରନ୍‌ରେ ବିଜୟୀ ହୋଇଛି। ଏହା ସହିତ ଦକ୍ଷିଣ-ଆଫ୍ରିକା ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଫଳରେ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ଜିତିବା ସ୍ବପ୍ନ ଭାଙ୍ଗିଯାଇଛି।

ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୨୪୫ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଗୁରୁବାର ମ୍ୟାଚର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ୍‌ରେ ୪୦୮ ରନ୍‌ କରିଥିଲା। ଫଳରେ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୬୩ ରନ୍‌ରେ ଆଗୁଆ ରହିଥିଲା।

ହେଲେ ଦ୍ୱିତୀୟ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରି ନ ଥିଲେ। ଯଶସ୍ବୀ ଜୟସ୍ବାଲ ୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଶୁବମନ ଗିଲ୍‌ ଏବଂ ବିରାଟ କୋହଲି କିଛି ସମୟ କ୍ରିଜ୍‌ରେ ରହିଥିଲେ। ଗିଲ୍‌ ୨୬ ରନ୍‌ କରି ଆଉଟ ହେବା ପରେ ବିରାଟ ଏକାକୀ ମୁକାବିଲା କରିଥିଲେ। ହେଲେ ଅନ୍ୟ ବ୍ୟାଟର ଦୁଇଅଙ୍କ ଛୁଇଁପାରି ନ ଥିଲେ। ବିରାଟ ୭୬ ରନ୍‌ କରିଥିଲେ। ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୧୩୧ ରନ୍‌ କରିବାରେ ସକ୍ଷମ ହୋଇଥିଲା।

Share