Categories: ଖେଳ

ନିଜ ଦେଶର ଲିଗ୍‌ରେ ବିଶ୍ୱକପ୍‌ ଅଧିନାୟକଙ୍କୁ ମିଳିଲେନି କ୍ରେତା, ଖେଳପ୍ରେମୀ ଚକିତ

ନୂଆଦିଲ୍ଲୀ, ୨୦।୯: ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ ଲାଗି ମେଗା ନିଲାମ ଅନୁଷ୍ଠିତ ହୋଇଛି। ଏଥିରେ ଯୁବ ବ୍ୟାଟ୍ସମ୍ୟାନ୍‌ ଟ୍ରିଷ୍ଟାନ ଷ୍ଟବ୍ସ ସବୁଠାରୁ ମହଙ୍ଗା ଖେଳାଳି ଭାବେ ୪ କୋଟିରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି। ହେଲେ ଏହି ଲିଗ୍‌ରେ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟିମ୍‌(ବିଶ୍ୱକପ୍‌ ଲାଗି ଚୟନ ହୋଇଥିବା)ର ଅଧିନାୟକ ଥିବା ଟେମ୍ବା ବାଭୁମାଙ୍କୁ କେହି କ୍ରେତା ମିଳିନାହାନ୍ତି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଡେନ୍‌ ଏଲଗର ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର ଅଧିନାୟକ ଥିବା ବେଳେ ବାଭୁମା ଧଳା ବଲ୍‌ କ୍ରିକେଟରେ ଦଳର ଅଧିନାୟକ ଅଟନ୍ତି। ଏଭଳି ସ୍ଥିତିରେ ତାଙ୍କୁ କୌଣସି ଦଳ କିଣିନଥିବା ଖେଳପ୍ରେମୀଙ୍କୁ ଚକିତ କରିଛି।

ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ରେ ମୋଟ ୬ ଟିମ୍‌ ଭାଗ ନେଉଛନ୍ତି। ପ୍ରତିଟି ଟିମ୍‌ର ମାଲିକ ଆଇପିଏଲ୍‌ ସହ ଜଡ଼ିତ ଭାରତୀୟ ଥିବା ଜଣାପଡ଼ିଛି। ହେଲେ ଏହି ଲିଗ୍‌ରେ ଭାରତୀୟ ଖେଳାଳି ଭାଗ ନେଉନାହାନ୍ତି। ପ୍ରତିଟି ଟିମ୍‌ରେ ୧୭ ଖେଳାଳି ରହିଛନ୍ତି। ସେହିଭଳି ଏକାଦଶରେ ଆଇପିଏଲ୍‌ ଭଳି ୪ ବିଦେଶୀ ଖେଳାଳିଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଛି।

Share