Categories: ଖେଳ

ହାତକୁ ଦି’ ହାତ ହେଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌, ଆଇପିଏଲ ନିଲାମରେ ହୋଇପାରନ୍ତି କୋଟିପତି

କେପ୍‌ଟାଉନ୍‌,୫।୧୨: ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର ଜେରାଲ୍ଡ କୋଟଜି ଡିସେମ୍ବର ୧୦ରୁ ଭାରତ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ବିବାହ କରିଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ହନାହଙ୍କୁ ବିବାହ କରିଛନ୍ତି। ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ୍‌ରେ ଜେରାଲ୍ଡ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ଆଧାରରେ ଆଇପିଏଲ ୨୦୨୪ ନିଲାମରେ ତାଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ। ୨୩ ବର୍ଷୀୟ ଜେରାଲ୍ଡ ତାଙ୍କର ପ୍ରଥମ ବିଶ୍ୱକପ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇଥିବା ପଞ୍ଚମ ବୋଲର ଥିଲେ।
ଜେରାଲ୍ଡ ହାରାହାରି ୧୯.୮୦ରେ ୮ଟି ମ୍ୟାଚରେ ୨୦ ଉଇକେଟ ନେଇଥିଲେ। କେବଳ ଉଇକେଟ ନେବା ବ୍ୟତୀତ ସେ ନିଜ ଗତି ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜେରାଲ୍ଡଙ୍କ ବିଶ୍ୱକପ ପ୍ରଦର୍ଶନ ତାଙ୍କୁ ଆଇପିଏଲ ୨୦୨୪ ନିଲାମରେ ବେଶୀ ଅର୍ଥରେ ବିକ୍ରି ହୋଇପାରନ୍ତି। ଆଇପିଏଲ ୨୦୨୪ ପାଇଁ ସେ ତାଙ୍କର ବେସ୍‌ ପ୍ରାଇସ୍‌କୁ ୨ କୋଟି ଟଙ୍କା ରଖିଛନ୍ତି।

Share