ଦକ୍ଷିଣ ଆଫ୍ରିକାରୁ ହଟିଲା ନାଇଟ୍ କର୍ଫ୍ୟୁ: ସର୍ବପ୍ରଥମେ ଏଠାରେ ଚିହ୍ନଟ ହୋଇଥିଲା ଓମିକ୍ରନ୍‌

କେପଟାଉନ,୩୧ ।୧୨: ଗୋଟିଏ ପଟେ ସାରା ବିଶ୍ୱରେ କରୋନା ଓ ଓମିକ୍ରନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ନାଇଟ କର୍ଫ୍ୟୁକୁ ଉଠାଇ ଦିଆଯାଇଛି । ସର୍ବପ୍ରଥମେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଚିହ୍ନଟ କରାଯାଇଥିବା ବେଳେ ଏବେ ଏଠାରେ ସଂକ୍ରମଣ ହାର କମି ଯାଇଥିବା କୁହାଯାଉଛି । କୁହାଯାଉଛି କି ଦକ୍ଷିଣ ଆଫ୍ରିକାରେ କରୋନାର ଚତୁର୍ଥ ଲହର ଶେଷ ହାଇଗଲାଣି । ତେଣୁ ଏବେ ଆଉ ଭୟ କରିବାର କୌଣସି କାରଣ ନାହିଁ । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଦେଶରେ ଟିକାକରଣ ଓ ସ୍ୱାସ୍ଥ୍ୟ ସୁବିଧା ଆଧାରରେ ନାଇଟ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ତେବେ ୨୫ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨୯.୭ ପ୍ରତିଶତ କମ୍ ହୋଇଯାଇଥିବାରୁ ଅନେକ କଟକଣାକୁ ହଟାଇ ଦିଆଯାଇଛି । ଏହାସହ ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନ ଉପରୁ ବି ପ୍ରତିବନ୍ଧକ ହଟାଇ ଦିଆଯାଇଛି । ବନ୍ଦ ସ୍ଥାନରେ ୧୦୦୦ ଓ ଖୋଲା ସ୍ଥାନରେ ୨୦୦୦ଲୋକ ଏକାଠି ହୋଇପାରିବାକୁ ଅନୁମତି ପ୍ରଦାନ କରାଯାଇଛି । ପୁଣି ମଦ ଦୋକାନ ରାତି ୧୧ଟା ପରେ ଖୋଲିବାକୁ ଅନୁମତି ମିଳିଛି । ହେଲେ ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

Share