Categories: ଖେଳ

ଦକ୍ଷିଣ ଆଫ୍ରିକା ସେମିରେ

କେପ୍‌ଟାଉନ୍‌,୨୩ା୨(ପି.ଟି.): ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ଆୟୋଜକ ଦଳ। ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ରହି ସେମି ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଦକ୍ଷିଣ ଆଫ୍ରିକା। ଏହା ସହିତ ସୁନ୍‌ ଲୁସଙ୍କ ଦଳ ଆଫ୍ରିକୀୟ ଇତିହାସରେ ପ୍ରଥମ ଥର ଆୟୋକ ଭାବରେ ଟପ୍‌-୪ରେ ସାମିଲ ହୋଇଛିି। ଗ୍ରୁପ୍‌ ଏ’ରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ସହିତ ସମାନ ୪ ପଏଣ୍ଟ ହାସଲ କରିଥିଲେ ହେଁ ଉନ୍ନତ ରନ୍‌ ରେଟ ଆଧାରରେ ଦକ୍ଷିଣ ଆଫ୍ରିକା ସେମିକୁ ଉନ୍ନୀତ ହୋଇଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୧୧୩ ରନରେ ଅଲ୍‌ଆଉଟ ହୋଇଥିବା ବେଳେ ୧୩ ବଲ୍‌ ବାକି ଥାଇ ବିନା କ୍ଷତିରେ ମ୍ୟାଚ୍‌ ଜିତିଥିଲା ଘରୋଇ ଦଳ। ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ନିଗାର ସୁଲତାନା ଜ୍ୟୋତି (୩୦) ଓ ଶୋଭନା ମୋଷ୍ଟାରି (୨୭) ଉପଯୋଗୀ ବ୍ୟାଟିଂ କରିଥିଲେ। ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୧୧୩ ରନ୍‌ କରିଥିଲା। ମାରିଜେନ୍‌ କାପ୍‌ ଓ ଆୟୋବୋଙ୍ଗା ଖାଖା ଦୁଇଟି ଲେଖାଏ ଉଇକେଟ ନେଇଥିବା ବେଳେ ଶବନିମ୍‌ ଇସ୍‌ମାଇଲ ଓ ଏନ୍‌ ମାଲବା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଲୌରା ଲୌରା ଓଲ୍‌ଭାଡର୍ଟ (୬୬*) ଓ ଟାଜ୍‌ମିନ୍‌ ବ୍ରିଟ୍‌ସ (୫୦*)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୦ ଉଇକେଟରେ ମ୍ୟାଚ ଜିତି ନେଇଥିଲା ଦକ୍ଷିଣ ଆଫ୍ରିକା। ଲୌରା ୫୬ ବଲ୍‌ ଖେଳି ୭ ଚୌକା ଓ ୧ ଛକା ମାରିଥିବା ବେଳେ ଟାଜ୍‌ମିନ୍‌ ୫୧ ବଲ୍‌ରୁ ୪ ଚୌକା ମାରିଥିଲେ। ଲୌରା ଓଲ୍‌ଭାଡର୍ଟଙ୍କୁ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୨୦ ଓଭରରେ ୧୧୩/୬ (ନିଗାର ସୁଲତାନା ଜ୍ୟୋତି-୩୦, ଶୋଭନା ମୋଷ୍ଟାରି-୨୭, ମାରିଜେନ୍‌ କାପ୍‌-୨/୧୭,ଆୟୋବୋଙ୍ଗା ଖାଖା-୨/୨୧)। ଦକ୍ଷିଣ ଆଫ୍ରିକା ୧୭.୫ ଓଭରରେ ୧୧୭/୦ (ଲୌରା ଓଲ୍‌ଭାଡର୍ଟ-୬୬*, ଟାଜ୍‌ମିନ୍‌ ବ୍ରିଟ୍‌ସ-୫୦*)।

Share