Posted inଖେଳ

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ କହିଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ଅନ୍ୟପକ୍ଷରେ ବଡ଼ ସ୍କୋର ନେଇ ଆଶା ପ୍ରକଟ କରିଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ ମାରକ୍ରମ।

ଚଳିତ ଟି୨୦ ବିଶ୍ୱକପ୍‌ରେ ସୁପର-୮ ପର୍ଯ୍ୟାୟରେ ରବିବାର ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ଭାରତୀୟ ଦଳ ପାଇଁ ଏହି ମୁକାବିଲା ଅସଲ ପରୀକ୍ଷା ସଦୃଶ ହେବ। ଗତ ଦୁଇ ମାସ ମଧ୍ୟରେ ଦୁଇ ଦଳ ଷଷ୍ଠ ଥର ପାଇଁ ପରସ୍ପରକୁ ଭେଟିଛନ୍ତି। ଚଳିତ ବିଶ୍ୱକପ୍‌ ପୂର୍ବରୁ ଉଭୟ ଦଳ ମଧ୍ୟରେ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଦିପାକ୍ଷିକ ଟି୨୦ ସିରିଜ୍‌ ଖେଳାଯାଇଥିଲା। ଏଣୁ ଦୁଇ ଦଳକୁ ପରସ୍ପରର ଦକ୍ଷତା ଓ ଦୁର୍ବଳତା ଭଲ ଜଣାଅଛି। ତେବେ ଟି୨୦ ବିଶ୍ୱକପ୍‌ ଇତିହାସରେ ଦୁଇ ଦଳ ମଧ୍ୟରେ ୭ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୫ ଓ ଦକ୍ଷିଣ ଆଫ୍ରିକା ୨ ମ୍ୟାଚ୍‌ରେ ବାଜି ମାରିଛି। ହେଲେ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା କଦାପି ଭାରତକୁ ହରାଇ ନାହିଁ।

ପର୍ଯ୍ୟାୟରେ ଭାରତ ବିଶେଷ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇନାହିଁ। ଘରୋଇ ଫେଭରାଇଟ୍‌ ଭାରତୀୟ ଦଳର ବ୍ୟାଟିଂରେ ଆହୁରି ସୁଧାର ଆବଶ୍ୟକତା ରହିଛି। ଓପନର ଇଶାନ କିଶନଙ୍କୁ ଛାଡ଼ି ଦେଲେ ଟପ୍‌ ଅର୍ଡରର ଅନ୍ୟ ୩ ବ୍ୟାଟର ସେଭଳି ବିସ୍ଫୋରକ ବ୍ୟାଟିଂ କରି ନାହାନ୍ତି। ଇଶାନ ଏପର୍ଯ୍ୟନ୍ତ ୨୦୨ ଷ୍ଟ୍ରାଇକରେଟ୍‌ରେ ୨ ଅର୍ଦ୍ଧଶତକ ସହ ୧୭୬ ରନ କରିଛନ୍ତି। ଓ୍ବାଲର୍‌ଡ ନଂ-୧ ଅଭିଷେକ ଶର୍ମା ଟୁର୍ନାମେଣ୍ଟରେ ୩ ମ୍ୟାଚ୍‌ ଖେଳିବା ସତ୍ତ୍ୱେ ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମା ଆଙ୍କର ଦାୟିତ୍ୱ ତୁଲାଉଛନ୍ତି। ଭାରତୀୟ ଦଳକୁ ଭଲ ସ୍କୋର ପ୍ରଦାନ କରିବାରେ ହାର୍ଦ୍ଦିକ ପାଣ୍ଡ୍ୟା (ଷ୍ଟ୍ରାଇକରେଟ୍‌ ୧୫୫) ଓ ଶିବମ ଦୁବେ (ଷ୍ଟ୍ରାଇକରେଟ୍‌ ୧୭୮)ଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
ଗତ ଦୁଇ ମାସରେ ସ୍ପିନରଙ୍କ ବଲରେ ଆଉଟ୍‌ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦ. ଆଫ୍ରିକା ଅଧିନାୟକ ମାରକ୍ରମ ପ୍ରଥମ ଓଭରରେ ସ୍ପିନ ବୋଲରଙ୍କ ବ୍ୟବହାର କରିବେ କି ନାହିଁ, ତାହା ଦେଖିବା କୌତୂହଳପୂର୍ଣ୍ଣ ହେବ। ଅଭିଷେକଙ୍କ ଫର୍ମ ଚିନ୍ତାଜନକ ରହିଥିବାବେଳେ ତିଲକଙ୍କ ବ୍ୟାଟିଂରେ ସେଭଳି ଆକ୍ରମଣାତ୍ମକ ଦେଖାଯାଉ ନାହିଁ। ସେ ପାକିସ୍ତାନ ବିପକ୍ଷରେ ୨୪ ବଲରେ ୨୫, ନାମ୍ବିୟା ବିପକ୍ଷରେ ୨୧ ବଲରେ ୨୫ ଓ ନେଦରଲାଣ୍ଡ ବିପକ୍ଷରେ ୨୭ ବଲରେ ୩୧ ରନ କରିଥିଲେ। ଟୁର୍ନାମେଣ୍ଟରେ ସେ ୧୨୧ ଷ୍ଟ୍ରାଇକରେଟ୍‌ରେ ରନ କରୁଛନ୍ତି, ଯାହାକି ତାଙ୍କ କ୍ୟାରିୟର ଷ୍ଟ୍ରାଇକରେଟ୍‌ ୧୪୧ଠାରୁ କମ୍‌। ସେହିଭଳି ଆମେରିକା ବିପକ୍ଷରେ ୪୯ ବଲରେ ଅପରାଜିତ ୮୪ ରନର ପାଳି ଛାଡ଼ିଦେଲେ ଅଧିନାୟକ ସୂର୍ଯ୍ୟକୁମାର ପାକିସ୍ତାନ ଓ ନେଦରଲାଣ୍ଡ୍ସ ବିପକ୍ଷରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ସେ ଟୁର୍ନାମେଣ୍ଟରେ ୧୩୬ ଷ୍ଟାଇକରେଟ୍‌ରେ ରନ କରୁଛନ୍ତି। ଏଣୁ ଏହି ଦୁଇ ବ୍ୟାଟରଙ୍କ ପ୍ରଦର୍ଶନରେ ସୁଧାର ଆବଶ୍ୟକତା ରହିଛି। ୮ ବ୍ୟାଟରଙ୍କ ସହ ଖେଳୁଥିବାରୁ ଭାରତୀୟ ଦଳ ପ୍ରତ୍ୟେକ ମ୍ୟାଚ୍‌ରେ ୨୦୦ ଅତିକ୍ରମ କରିବ ବୋଲି ଆଶା କରାଯାଉଥିଲା। ହେଲେ ଟପ୍‌ ଅର୍ଡର ବ୍ୟାଟରଙ୍କ ବିଫଳତା କାରଣରୁ ଦଳ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ରେ ୨୦୦ ଅତିକ୍ରମ କରିପାରି ନାହିଁ। କିନ୍ତୁ ଯଶପ୍ରୀତ ବୁମରା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ଗଠିତ ଭାରତୀୟ ବୋଲିଂ ଲାଇନ୍‌ ଅପ୍‌ ପ୍ରତିପକ୍ଷ ଦଳକୁ ଭୟଭୀତ କରୁଛି। ପ୍ରଥମ ୪ ମ୍ୟାଚ୍‌ରେ କୌଣସି ଦଳ ବୁମରା-ଚକ୍ରବର୍ତ୍ତୀଙ୍କ ବୋଲିଂର ସମ୍ମୁଖୀନ ହୋଇପାରି ନ ଥିଲେ। ଚକ୍ରବର୍ତ୍ତୀ ୫.୧୬ ଇକୋନୋମି ରେଟ୍‌ ସହ ୯ ଉଇକେଟ ନେଇଥିଲା ବେଳେ ବୁମରା ୩ ମ୍ୟାଚ୍‌ରେ ଓଭର ପିଛା ୬ ରନ ହାରରେ ୬ ଉଇକେଟ ନେଇଛନ୍ତି।
ମାତ୍ର କ୍ୱିଣ୍ଟନ ଡି କକ୍‌, ମାରକ୍ରମ, ଡଓ୍ବୋଲ୍ଡ ବ୍ରେଭିସ, ଟ୍ରିଷ୍ଟାନ ଷ୍ଟବ୍ସ, ରିୟାନ ରିକଲଟନ, ଡେଭିଡ୍‌ ମିଲର ଓ ମାର୍କୋ ଜାନସେନଙ୍କୁ ନେଇ ଗଠିତ ବ୍ୟାଟିଂ ଲାଇନ୍‌ ଅପ୍‌ ଆଗରେ ଭାରତୀୟ ଦଳର ପୂରା ବୋଲିଂ ୟୁନିଟ୍‌କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ତା’ର ଟାଇଟଲ ଡିଫେଣ୍ଡ କରିବା ପାଇଁ କେତେ ପ୍ରସ୍ତୁତ ଜଣାପଡ଼ିବ।
ସମ୍ଭାବ୍ୟ ଭାରତୀୟ ଦଳ: ଅଭିଷେକ ଶର୍ମା, ଇଶାନ କିଶନ (ଉଇକେଟକିପର), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ଏଡେନ ମାରକ୍ରମ (ଅଧିନାୟକ), କ୍ୱିଣ୍ଟନ ଡି କକ୍‌ (ଉଇକେଟକିପର), ରିଆନ ରିକଲଟନ, ଡଓ୍ବୋଲ୍ଡ ବ୍ରେଭିସ, ଟ୍ରିଷ୍ଟାନ ଷ୍ଟବ୍ସ, ଡେଭିଡ୍‌ ମିଲର, ମାର୍କୋ ଜାନସେନ, କର୍ବିନ ବୋଶ୍ଚ/ଅନରିଚ ନର୍କିଆ, କାଗିସୋ ରାବାଡା, ଲୁଙ୍ଗି ଏନ୍‌ଗିଡି, କେଶବ ମହାରାଜ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ଆମେରିକା-ଇରାନ ମଧ୍ୟରେ କିପରି ଯୁଦ୍ଧବିରତି କରାଇଲା ଚାଇନା, ସାମ୍ନାକୁ ଆସିଲା ସେହି ୨୬ ଫୋନ କଲ୍‌ର ରହସ୍ୟ

ବେଜିଂ,୯।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବା ପାଇଁ ନିଜକୁ ପିଠି ଥାପୁଡ଼ାଉଛି, କିନ୍ତୁ ଏହାକୁ ହାସଲ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri