ନୂଆ ଭାରିଏଣ୍ଟ ଚିହ୍ନିବାରୁ ମିଳିଲା ଦଣ୍ଡ: ଦକ୍ଷିଣ ଆଫ୍ରିକା

କେପଟାଉନ,୨୮ ।୧୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଛି କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ । ଏହି ଭାରିଏଣ୍ଟ ସବୁଠାରୁ ମାରାତ୍ମକ ବୋଲି କୁହାଯାଉଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବି ଚେତାବନୀ ଦେଇଛି । ଏହି ଭାରିଏଣ୍ଟ ଖୁବ୍‌ଶୀଘ୍ର ବ୍ୟାପୁଥିବାରୁ ଏବେ ଓମିକ୍ରନକୁ ନେଇ ଚିନ୍ତା ବଢିଯାଇଛି । ଓମିକ୍ରନ ଯେପରି ନ ବ୍ୟାପିବ ଏହାକୁ ଦୃଷ୍ଟିରେ ରଖି ଏବେ କିଛି ଦେଶ ଦକ୍ଷିଣ ଆଫ୍ରିକାକୁ ବିମାନ ସେବା ବନ୍ଦ କରି ଦେଇଛନ୍ତି । ଏପଟେ ଏହାକୁ ନେଇ ଶନିବାର ଦକ୍ଷିଣ ଆଫ୍ରିକା ଅଭିଯୋଗ କରିଛି ଯେ ନୂଆ ଷ୍ଟ୍ରେନ ଚିହ୍ନଟ କରିଥିବାରୁ ତାକୁ ଏବେ ଦଣ୍ଡ ମିଳୁଛି । ପୂର୍ବରୁ ଅନ୍ୟ ଦେଶରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ ଏଭଳି ପଦକ୍ଷେପ ନିଆଯାଇ ନ ଥିବା ସେ ଅଭିଯୋଗ କରିଛି । ତେବେ ଓମିକ୍ରନ ଭାରିଏଣ୍ଟ ଡେଲଟା ଭାରିଏଣ୍ଟ ଠାରୁ ବହୁପରିମାଣରେ କ୍ଷତିକାରକ ହୋଇଥିବାରୁ ଏବେ ଏହାକୁ ନେଇ ସାରା ବିଶ୍ୱର ବିଶେଷଜ୍ଞମାନେ ଚିନ୍ତାରେ ପଡିଯାଇଛନ୍ତି ।

Share