Categories: ଖେଳ

ମାତ୍ର ୨୩ ଟେଷ୍ଟ ମ୍ୟାଚ୍‌ ଖେଳି ‘ମହାନ୍‌’ ଖେଳାଳି ପାଲଟିଥିଲେ ଏହି କ୍ରିକେଟର, ହେଲେ…

ନୂଆଦିଲ୍ଲୀ,୧।୩: କ୍ରିକେଟଜଗତ ସହ ଜଡ଼ିତ ଅନେକ ଖେଳାଳି ମଇଦାନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ‘ମହାନ’ କ୍ରିକେଟର ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି। ହେଲେ ଜଣେ ଏଭଳି ଖେଳାଳି ଥିଲେ ଯିଏ ମାତ୍ର ୨୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ଅନ୍ୟପାଇଁ ଉଦାହରଣ ପାଲଟିଥିଲେ। ସେ ହେଉଛନ୍ତି ଗ୍ରେମ୍‌ ପୋଲକ୍‌।

୧୯୪୪ ଫେବୃୟାରୀ ୨୭ରେ ଦକ୍ଷିଣ ଆଫ୍ରିକାରେ ଜନ୍ମ ନେଇଥିଲେ ପୋଲକ୍‌। ତାଙ୍କର ପରିବାରର ଆତ୍ମା ଥିଲା କ୍ରିକେଟ। କାରଣ ତାଙ୍କ ବାପା, ଦାଦା, ତିନି ଭାଇ, ଦୁଇ ପୁଅ, ଭଣଜା ଆଦି ଏହି ଖେଳ ସହ ଜଡ଼ିତ ଥିଲେ। ହେଲେ ସବୁଠାରୁ ବେଶୀ ଚର୍ଚ୍ଚାରେ ଥିଲେ ଗ୍ରିମ୍‌ ଏବଂ ଭଣଜା ସୋନ୍‌ ପୋଲକ୍‌। ଗ୍ରେମ୍‌ ଦେଶ ପାଇଁ ନିଜର ପ୍ରଥମ ମ୍ୟାଚ୍‌ ଭାଇ ସହ ଖେଳିଥିଲେ।
ଅଷ୍ଟ୍ରେଲିଆ ବିପକ୍ଷରେ ୧୯୬୩ରେ ଟେଷ୍ଟ ଡେବ୍ୟୁ କରିଥିବା ବେଳେ ୧୯୭୦ରେ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ଏହି ସାତ ବର୍ଷ ମଧ୍ୟରେ ସେ କେବଳ ୨୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ସେଥିରେ ସେ ୬୦.୯୭ % ହିସାବରେ ଖେଳି ୨୨୫୬ରନ୍‌ କରିଥିଲେ। ରନ୍‌ରେ ତାଙ୍କର ୭ ଶତକ ଏବଂ ୧୧ ଅର୍ଦ୍ଧଶତକ ଥିଲା।

ଏହାଛଡ଼ା ଫାଷ୍ଟ କ୍ଲାସ(ପ୍ରଥମ ଶ୍ରେଣୀ) କ୍ରିକେଟରେ ସେ ୨୬୨ ମୁକାବିଲା ଖେଳିଥିଲେ। ଏଥିରେ ସେ ୫୪.୬୭ % ହାରରେ ୨୦,୯୪୦ରନ୍‌ କରିଥିଲେ, ଯେଉଁଥିରେ ୬୪ ଶତକ ଏବଂ ୯୯ ଅର୍ଦ୍ଧଶତକ ଥିଲା। ଦମ୍‌ଦାର ବ୍ୟାଟିଂକୁ ନେଇ ତାଙ୍କୁ ଦକ୍ଷିଣ ଆଫ୍ରିକା କ୍ରିକେଟ ଇତିହାସର ମହାନ ଖେଳାଳି ବୋଲି କୁହାଯାଉଥିଲା। ହେଲେ ରାଜନୈତିକ କାରଣରୁ ତାଙ୍କ ସହ ଅନେକ ଖେଳାଳିଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିୟର ଶେଷ ହୋଇଯାଇଥିଲା।

Share