Categories: ଖେଳ

୨୭.୧ ଓଭରରେ ଦକ୍ଷିଣ ଆଫ୍ରିକା ଅଲ୍‌ ଆଉଟ, ଟିମ୍‌ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୦୦…

ନୂଆଦିଲ୍ଲୀ,୧୧।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ତୃତୀୟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି। ଉଭୟ ଦଳ ବର୍ତ୍ତମାନ ସିରିଜରେ ୧-୧ରେ ବିଜୟୀ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୭.୧ ଓଭରରେ ଦକ୍ଷିଣ ଆଫ୍ରିକା ଅଲ୍‌ ଆଉଟ ହୋଇ ୯୯ ରନ କରିଛି। ଫଳରେ ଭାରତ ପାଇଁ ୧୦୦ରନର ବିଜୟ ଲକ୍ଷ୍ୟ ରହିଛି।

ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଡେଭିଡ ମିଲରଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳ ବ୍ୟାଟିଂ ଆରମ୍ଭ କରି ଭାରତୀୟ ବୋଲରଙ୍କ ସାମ୍ନା କରି ପାରିନଥିଲା।

୨୦୧୯ ବିଶ୍ୱକପ ପରଠାରୁ ଏକଦିବସୀୟରେ ଏହା ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର। ମୋଟ ଉପରେ, ଏହା ଦକ୍ଷିଣ ଆଫ୍ରିକାର ଚତୁର୍ଥ ସର୍ବନିମ୍ନ ସ୍କୋର। ଦଳ ପକ୍ଷରୁ ହେନରିଚ କ୍ଲାସେନ ସର୍ବାଧିକ ୩୪ ରନ ସଂଗ୍ରହ କରିଥିଲେ। ୟେନେମାନ ମାଲାନ ୧୫ ରନ ଏବଂ ମାର୍କୋ ଜାନସନ ୧୪ ରନ କରି ଡବଲ ଫିଗର ଛୁଇଁ ପାରିଥିଲେ। କୁଲଦୀପ ଯାଦବ ଭାରତ ପାଇଁ ସର୍ବାଧିକ ଚାରିଟି ୱିକେଟ ନେଇଥିଲେ। ଏହା ବ୍ୟତୀତ ଶାହବାଜ ଅହମ୍ମଦ, ମହମ୍ମଦ ସିରାଜ ଏବଂ ୱାଶିଂଟନ ସୁନ୍ଦର ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

Share