ତାଲିବାନ ଦଖଲରେ ଦକ୍ଷିଣ ଆଫଗାନିସ୍ତାନ

କାବୁଲ, ୧୪।୮: ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସେନା ପ୍ରତ୍ୟାହାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ପ୍ରଦେଶିକ ରାଜଧାନୀ ଦଖଲ କରିବାରେ ଲାଗିଛନ୍ତି। ଏବେ ସମ୍ପୂର୍ଣ୍ଣ ଦକ୍ଷିଣ ଆଫଗାନ ସେମାନଙ୍କ ନିୟନ୍ତ୍ରଣକୁ ଆସିଗଲାଣି। ରାଜଧାନୀ କାବୁଲ ଦଖଲ କରିବା ସେମାନଙ୍କ ପାଇଁ ଆଉ ବେଶି ଦୂର ନୁହେଁ ବୋଲି କୁହାଯାଉଛି। ପତନ ଅବଶ୍ୟମ୍ଭାବୀ ଆଶଙ୍କା କରି ଆଫଗାନ ସରକାର ତାଲିବାନକୁ କ୍ଷମତା ଭାଗବଣ୍ଟା ପାଇଁ ପ୍ରସ୍ତାବ ଦେଇସାରିଲେଣି। ପୂର୍ବରୁ ଆତଙ୍କବାଦୀ ସୀମାବର୍ତ୍ତୀ ଗ୍ରାମାଞ୍ଚଳକୁ ଦଖଲ କରିଥିବାବେଳେ ଏବେ ଦେଶର ଦୁଇ-ତୃତୀୟାଂଶରୁ ଅଧିକ ଅଞ୍ଚଳ ସେମାନଙ୍କ ଦଖଲରେ।
ସପ୍ତାହକ ମଧ୍ୟରେ ଆତଙ୍କବାଦୀମାନେ ୧୦ ପ୍ରାଦେଶିକ ରାଜଧାନୀ ଦଖଲ କରିଥିବାବେଳେ ଶୁକ୍ରବାର ଆଉ ୪ଟି ରାଜଧାନୀକୁ କବ୍‌ଜା କରିଛନ୍ତି। ଆଫଗାନିସ୍ତାନର ଦ୍ୱିତୀୟ ବୃହତ ସହର କାନ୍ଦାହାର ଏବଂ ତୃତୀୟ ବୃହତ ସହର ହେରାତ ସେମାନଙ୍କ ନିୟନ୍ତ୍ରଣକୁ ଯାଇଛି। ହେରାତ୍‌ରୁ ଅନେକ ଲୋକ ଘରଦ୍ୱାର ଛାଡ଼ି ପଳାଇଥିବାବେଳେ କେତେକ ପରିବାର ଘରେ ଆତ୍ମଗୋପନ କରିଥିବା ପ୍ରାଦେଶିକ କାଉନସିଲ ସଦସ୍ୟ ଗୁଲାମ ହବିବ୍‌ ହଶିମି କହିଛନ୍ତି। ଗୁରୁବାର ରାତିରୁ କାନ୍ଦାହାର ସହରରେ ସୁରକ୍ଷା ବଳ ଓ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ପରେ ଏହି ସହର ସେମାନଙ୍କ କବଳକୁ ଯାଇଛି। ଏହା ବ୍ୟତୀତ ହେଲମଣ୍ଡ ପ୍ରଦେଶ ରାଜଧାନୀ ଲଶ୍କର ଗାହକୁ ମଧ୍ୟ ତାଲିବାନ କବ୍‌ଜା କରିଛି। ଘମାଘୋଟ ଲଢ଼େଇ ପରେ ସହରର ସରକାରୀ ପ୍ରତିଷ୍ଠାନଗୁଡ଼ିକ ଉପରେ ତାଲିବାନ ପତାକା ଉଡ଼ିଥିଲା। ଗୁରୁବାର ଗଜନୀ ସେମାନଙ୍କ ଅକ୍ତିଆରକୁ ଯାଇଥିଲା। କାଲାତ ରାଜଧାନୀ ତାଲିବାନ ନିୟନ୍ତ୍ରଣକୁ ଯାଇଥିବାବେଳେ ସେଠାରେ ଥିବା ଯବାନମାନେ କ୍ୟାମ୍ପ୍‌ ଖାଲି କରିବାକୁ ପ୍ରସ୍ତୁତି ଚଳାଇଥିବା ଜାବୁଲ୍‌ ପ୍ରଦେଶ କାଉନସିଲ୍‌ ମୁଖ୍ୟ କହିଛନ୍ତି। ତିରିନ୍‌ କଟ୍‌ ପ୍ରାଦେଶିକ ରାଜଧାନୀର ସ୍ଥାନୀୟ ଅଧିକାରୀମାନେ ଆତ୍ମସମର୍ପଣ କରିସାରିଲେଣି। ବୃହତ ସହର ମଧ୍ୟରେ କାବୁଲ, ମଜାର-ଇ-ଶରିଫ୍‌ ଏବଂ ଜଲାଲାବାଦ ଏବେ ଆଫଗାନ ସରକାରଙ୍କ ନିୟନ୍ତ୍ରଣରେ ରହିଛି।
ଆତଙ୍କବାଦୀ ଓ ଆଫଗାନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବାବେଳେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଦେଶରେ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଥିବା ଜାତିସଂଘ କହିଛି। ଆମେରିକା ତା’ର ଦୂତାବାସ କର୍ମଚାରୀମାନଙ୍କୁ ଫେରାଇ ନେବା ପାଇଁ ୪୮ ଘଣ୍ଟା ମଧ୍ୟରେ ୩,୦୦୦ ଅତିରିକ୍ତ ସୈନ୍ୟ ପଠାଇବାକୁ ନିଷ୍ପତ୍ତି ନେଇଛି। ସେହିପରି ବ୍ରିଟେନ ଏହାର ନାଗରିକମାନଙ୍କୁ ଫେରାଇ ନେବା ଲାଗି ୬୦୦ ସୈନ୍ୟ ନିୟୋଜିତ କରିବ ବୋଲି କହିଛି। ସେହିପରି କାନାଡା ମଧ୍ୟ କାବୁଲକୁ ସ୍ବତନ୍ତ୍ର ସୈନ୍ୟଦଳ ପଠାଉଛି। ତାଲିବାନ କାବୁଲ୍‌ ଅକ୍ତିଆର କରିବା ପରେ ଦେଶବାସୀଙ୍କ ଉପରେ ଏହାର ବିନାଶକାରୀ ପ୍ରଭାବ ପଡ଼ିପାରେ ବୋଲି ଜାତିସଂଘ ସତର୍କ କରାଇଛି। ତେବେ ଯୁଦ୍ଧ ରୋକିବା ଲାଗି ତାଲିବାନ ସହ ବୁଝାମଣା ଆଶା କ୍ଷୀଣ। ୩୪ ପ୍ରାଦେଶିକ ରାଜଧାନୀ ମଧ୍ୟରୁ ୧୪ଟି ତାଲିବାନ ଦଖଲକୁ ଗଲାଣି। ଆତଙ୍କବାଦୀମାନେ ଆଫଗାନ ସରକାରକୁ ପରାଜିତ କରି ସେଠାରେ କଠୋର ଇସ୍‌ଲାମୀୟ ଶାସନ ଚଳାଇବାକୁ ଚାହାନ୍ତି।

ଗଜନୀ ରାଜ୍ୟପାଳ ଗିରଫ

ରାଜ୍ୟକୁ ତାଲିବାନ ହାତରେ ଟେକି ଦେଇଥିବା ଗଜନୀ ରାଜ୍ୟପାଳ ଦାଉଦ୍‌ ଲାଗମାନିଙ୍କୁ ଆଫଗାନିସ୍ତାନର ଓ୍ବାରଡକ୍‌ ପୋଲିସ ଗିରଫ କରିଛି। ରାଜ୍ୟପାଳଙ୍କ ସହିତ ତାଙ୍କ ସହକାରୀ ଏବଂ ଚିଫ୍‌ ଅଫ୍‌ ଷ୍ଟାଫ୍‌ଙ୍କୁ ଗିରଫ କରାଯାଇଛି। ତାଲିବାନ ଆତଙ୍କବାଦୀମାନେ ରାଜ୍ୟପାଳ ଲାଗମାନିଙ୍କୁ ସୁରକ୍ଷା ଦେଇ ଗଜନୀରୁ ଓ୍ବାରଡାକ୍‌ ନେଇଯାଇଥିଲେ।

ଆତଙ୍କବାଦୀଙ୍କୁ ବିବାହ ପାଇଁ ମହିଳାଙ୍କୁ ବାଧ୍ୟ କରାଯାଉଛି

ଆଫଗାନିସ୍ତାନର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ସହର ଦଖଲ କରିଥିବା ତାଲିବାନ ଏବେ ମହିଳାମାନଙ୍କୁ ଆତଙ୍କବାଦୀଙ୍କ ସହ ବିବାହ କରାଇବାକୁ ବାଧ୍ୟ କରୁଛି। ସେମାନେ ଗିରଫ କରିଥିବା ସୈନ୍ୟମାନଙ୍କୁ ହତ୍ୟା କରିବା ସହ ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଜୀବନ ବଞ୍ଚାଇବାକୁ ଲୋକେ ଘରଦ୍ୱାର ଛାଡ଼ି ପଳାଉଥିବା ଦେଖାଯାଉଛି। ଅବିବାହିତ ଝିଅମାନଙ୍କୁ ଆତଙ୍କବାଦୀଙ୍କ ସ୍ତ୍ରୀ ହେବା ପାଇଁ ବାଧ୍ୟ କରାଯାଉଛି। ଏହା ଏକ ପ୍ରକାର ଯୌନ ହିଂସା ବୋଲି ମାନବାଧିକାର ସଂଗଠନ କହିଛି। ସେମାନଙ୍କ ନିୟନ୍ତ୍ରଣକୁ ଆସିଥିବା ସହରରେ ସରକାରୀ ଅଧିକାରୀ, ଯବାନ ଏବଂ ଜନସାଧାରଣ ଭୟ କରିବାର କିଛି କାରଣ ନାହିଁ ବୋଲି ତାଲିବାନ କହୁଥିବାବେଳେ ବାସ୍ତବରେ ଏହା ଆତଙ୍କ ସୃଷ୍ଟି କରୁଥିବା ଦେଖାଯାଇଛି। ଆତ୍ମସମର୍ପଣ କରିଥିବା ଆଫଗାନ ସୈନ୍ୟଙ୍କୁ ହତ୍ୟା କରାଯାଉଥିବାରୁ ଆମେରିକା ଦୂତାବାସ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri