Categories: ଜାତୀୟ

ମୁହଁ ଖୋଲିଲେ ସୌରଭ: ରାଜ୍ୟପାଳଙ୍କ ସହିତ ସାକ୍ଷାତକାର ନୁହେଁ ରାଜନୈତିକ

କୋଲକାତା,୨୮।୧୨: ପଶ୍ଚିମବଙ୍ଗ ରାଜନୀତିରେ ଏବେ ଘଟିକେ ଘୋଡ଼ା ଛୁଟୁଛି। ଇତିମଧ୍ୟରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲୀ ଏବଂ ରାଜ୍ୟପାଳ ଜଗଦୀପ୍‌ ଧନଖଣ୍ଡଙ୍କ ମଧ୍ୟରେ ସାକ୍ଷାତ୍‌କାର ନେଇ ଚର୍ଚ୍ଚା ଜାରି ରହିଛି। ସୌରଭ ଭାଜପାରେ ଯୋଗଦେବା ନେଇ ଟୁପ୍‌ଟାପ୍‌ ଆରମ୍ଭ ହୋଇଛି। ତେବେ ଏନେଇ ସୌରଭ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟପାଳ ଯଦି ସାକ୍ଷାତ୍‌ କରିବାକୁ ଚାହିଁଲେ ତାହା କ’ଣ ଅମାନ୍ୟ କରିବା ଉଚିତ। ଏନେଇ କୌଣସି ଗୁଜବ ଉଠିବା ଅନାବଶ୍ୟକ। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍‌କାର ଥିଲା ବୋଲି କୁହାଯାଇଛି। ୨୦୨୧ ଏପ୍ରିଲ୍‌-ମେରେ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ଭାଜପା ମିଶନ ପଶ୍ଚିମବଙ୍ଗ ଯୋଜନା କରିଥିବାବେଳେ ସୌରଭଙ୍କୁ ରାଜନୀତିକୁ ଆଣିବା ଲାଗି ଉଦ୍ୟମ ହେଉଥିବା ନେଇ ଚର୍ଚ୍ଚା ହେଉଛି।

Share