Categories: ଖେଳ

ଏକଦା ଧୋନୀଙ୍କୁ ନେଇ ଅବାନ୍ତର ପ୍ରଶ୍ନ ପଚାରିଥିଲେ ମୁସାରଫ୍‌: ଏଭଳି ଜବାବ ଦେଇ ଚୁପ୍‌ କରାଇ ଦେଇଥିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୮।୭: ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେଲେ କ୍ରିକେଟ ପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଯାଏ। ସେଭଳି ଜଣେ ହେଲେ ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରଭେଜ ମୁସାରଫ। ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବା ସମୟରେ ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଭୂରି ଭୂରି ପ୍ରଶଂସା କରୁଥିଲେ ସେ। ଧୋନୀଙ୍କ ହେୟାର ଷ୍ଟାଇଲ୍‌ ତାଙ୍କୁ ଏତେ ପସନ୍ଦ ଥିଲା ଯେ ସେ କେବେ ହେଲେ ଚୁଟି ନ କାଟିବାକୁ ଏମ୍‌ଏସ୍‌ଙ୍କୁ କହିଥିଲେ। ହେଲେ ଏକ ସମୟରେ ସୌରଭ ଗାଙ୍ଗୁଲିଙ୍କୁ ଧୋନୀଙ୍କ ବିଷୟରେ ଅବାନ୍ତର ପ୍ରଶ୍ନ ପଚାରିଥିଲେ ମୁସାରଫ।

ଘଟଣା ୨୦୦୬ର। ଭାରତ ସେତେବେଳେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଯାଇଥିଲା। ପାକିସ୍ତାନ ଗସ୍ତ ସମୟରେ ମୁସାରଫ ଗାଙ୍ଗୁଲିଙ୍କୁ ଧୋନୀଙ୍କ ଚୟନକୁ ନେଇ ପ୍ରଶ୍ନ କରିଥିଲେ। ‘ତୁମେ ଧୋନୀକୁ କେଉଁଠୁ ନେଇ ଆସିଲ?’ ବୋଲି ସିଧାସିଧା ପଚାରିଥିଲେ। ଏହାର ଜବାବରେ ଗାଙ୍ଗୁଲି କହିଥିଲେ, ସେ ‘ଓ୍ବାଘା ବର୍ଡର ପାଖରେ ବୁଲୁଥିଲେ। ଆମ ଟିମ୍‌ ତାଙ୍କୁ ଭାରତୀୟ କ୍ୟାମ୍ପରେ ସାମିଲ କରିନେଲା’ ବୋଲି ଗାଙ୍ଗୁଲି କୋଲକାତାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମ ସମୟରେ କହିଥିଲେ। ଏହାଛଡ଼ା ଧୋନୀଙ୍କ ପ୍ରଶଂସା କରି ସେ ଜଣେ ଚାମ୍ପିୟନ। ତାଙ୍କ ପାଖରେ ବହୁତ ବଡ ଶଟ୍‌ ଖେଳିବାର କ୍ଷମତା ଅଛି। କହିବାକୁ ଗଲେ ତାଙ୍କ ଖେଳ ଅଭୂତପୂର୍ବ ବୋଲି ଗାଙ୍ଗୁଲି କହିଥିଲେ।

 

Share