ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲୀ

କୋଲକାତା,୨।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଜ ଘରେ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଥିଲେ। ହାତ, ଛାତି ଏବଂ ପିଠିରେ ଯନ୍ତ୍ରଣା ହେବା ସହିତ ତାଙ୍କ ଆଖି ଆଗରେ ଅନ୍ଧାର ଦେଖାଦେଇଥିଲା। ତାଙ୍କୁ ଉଡ୍‌ଲ୍ୟାଣ୍ଡସ୍‌ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର କେତେକ ପରୀକ୍ଷା କରାଯାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପରୀକ୍ଷା କରୁଥିବା ଡାକ୍ତରମାନେ କହିଛନ୍ତି। ତେବେ ଏଞ୍ଜିଓପ୍ଲାଷ୍ଟିର ଆବଶ୍ୟକତା ରହିଥିବା ଡାକ୍ତର କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୌରଭଙ୍କ ସୁସ୍ବାସ୍ଥ୍ୟ କାମନା କରି ଟୁଇଟ୍‌ କରିଛନ୍ତି।

Share