Categories: ଜାତୀୟ

ସିଏବି ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୫।୧୦: ବର୍ତ୍ତମାନ ବିସିସିଆଇର ବିଦାୟୀ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏବେ ସେ ବେଙ୍ଗଲ କ୍ରିକେଟ ଆସୋସିଏଶନ(ସିଏବି) ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଅତୀତରେ ବି ସେ ସିଏବିର ସଭାପତି ରହିଥିଲେ। ୨୦୧୫ରେ ଜଗମୋହନ ଡାଲମିଆଙ୍କ ମୃତ୍ୟୁ ପରେ ଗାଙ୍ଗୁଲି ଏହାର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୯ରେ ବିସିସିଆଇ ସଭାପତି ହେବା ଯାଏ ସେ ଏହି ପଦବୀରେ ଥିଲେ। ଗାଙ୍ଗୁଲି ପଦ ଛାଡ଼ିବା ପରେ ଜଗମୋହନଙ୍କ ପୁଅ ଅଭିଷେକ ଡାଲମିଆ ସିଏବି ଅଧ୍ୟକ୍ଷ ହୋଇଥିଲେ। ଏବେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏମିତିରେ ଗାଙ୍ଗୁଲି ଏହି ପଦ ଲାଗି ନିର୍ବାଚନ ଲଢ଼ିବେ। ଚଳିତ ମାସ ଶେଷରେ ଏହି ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

Share