Categories: ଖେଳ

ପୁଣି କ୍ରିକେଟକୁ ଫେରିଲେ ଗାଙ୍ଗୁଲି; ଆଇପିଏଲ୍‌ରେ ମିଳିଲା ଏହି ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୩।୧: ପୁଣି ଥରେ କ୍ରିକେଟ ମଇଦାନକୁ ଫେରିଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ଆଗାମୀ ଦିନରେ ସେ ଆଇପିଏଲ୍‌ର ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ଼ ଦାୟିତ୍ୱ ତୁଲାଇବେ। ତେବେ ଗାଙ୍ଗୁଲିଙ୍କୁ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ମୁଖ୍ୟ କ୍ରିକେଟ(ନିର୍ଦ୍ଦେଶକ) ଭାବେ ନିଯୁକ୍ତି ଦେଇଛି।

ବିସିସିଆଇ ସଭାପତି ଭାବେ କାର୍ଯ୍ୟ ଶେଷ କରିବା ପରେ ଗାଙ୍ଗୁଲି ପ୍ରଫେସନାଲ କ୍ରିକେଟ ସହ ପୁଣି ଥରେ ଯୋଡ଼ି ହୋଇଛନ୍ତି। ପୂର୍ବରୁ ମଧ୍ୟ ସେ ଦିଲ୍ଲୀ କ୍ୟାପିଟାଲ୍ସ ସହ କାମ କରିଛନ୍ତି। ୨୦୧୯ରେ ସେ ମେଣ୍ଟର(ପରାମର୍ଶଦାତା) ଭାବେ କାର୍ଯ୍ୟ କରିଥିଲେ। ୨୦୧୯ରେ ବିସିସିଆଇ ସଭାପତି ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଏହି ପଦ ଛାଡ଼ିବାକୁ ପଡ଼ିଥିଲା। କିନ୍ତୁ ଏବେ ଗାଙ୍ଗୁଲିଙ୍କ ଭୂମିକା ବଡ଼ ହୋଇପାରେ। କାରଣ ଫ୍ରାଞ୍ଚାଇଜ ଆଇପିଏଲ୍‌ ବ୍ୟତିତ ଦକ୍ଷିଣ ଆଫ୍ରିକା ଲିଗ୍‌ ଏବଂ ଦୁବାଇ କ୍ରିକେଟ ଲିଗ୍‌ରେ ମଧ୍ୟ ଦଳ କିଣିଛି।

Share