କୋହଲିଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି

ମୁମ୍ବାଇ,୧୬।୫: ଆଇପିଏଲ ୨୦୨୨ରେ ଭାରତୀୟ ଦଳର ୨ ସୁପରଷ୍ଟାର ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ଆଇପିଏଲ ପରେ ଭାରତକୁ ଚଳିତ ବର୍ଷ ଟି-୨୦ ବିଶ୍ୱକପ ଖେଳିବାକୁ ପଡିବ। ଏହା ପୂର୍ବରୁ ଦୁଇ ବଡ ବ୍ୟାଟ୍ସମ୍ୟାନଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ଏସବୁ ମଧ୍ୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବିରାଟ-ରୋହିତଙ୍କ ପ୍ରଦର୍ଶନ ଉପରେ ନିଜ ମତ ଦେଇଛନ୍ତି।
ଗାଙ୍ଗୁଲିଙ୍କ ଅନୁଯାୟୀ ସେ ଏହି ଦୁଇ ଖେଳାଳିଙ୍କ ଫର୍ମକୁ ନେଇ ଚିନ୍ତିତ ନୁହଁନ୍ତି। ବିରାଟ-ରୋହିତଙ୍କ ବଡ଼ ଖେଳାଳି। ଟି -୨୦ ବିଶ୍ୱକପ ପାଇଁ ଆହୁରି ସମୟ ବାକି ଅଛି। ଏହା ପୂର୍ବରୁ ଦୁହେଁ ଫର୍ମକୁ ଫେରିବେ ବୋଲି ଆଶା ରହିଛି। ଟିମ ଇଣ୍ଡିଆକୁ ଟି -୨୦ ବିଶ୍ୱକପ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ଟି ଟି-୨୦ ମ୍ୟାଚ୍‌ ଖେଳିବାକୁ ପଡ଼ିବ। ତା’ପରେ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତ କରିବ।
ଆଇପିଏଲ ୨୦୨୨ରେ କୋହଲି ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତ। ସେ ୧୩ଟି ମ୍ୟାଚରେ ହାରାହାରି ୧୯.୬୭ ଏବଂ ଷ୍ଟ୍ରାଇକ ରେଟ ୧୧୩.୪୬ରେ ମାତ୍ର ୨୩୬ ରନ ସଂଗ୍ରହ କରିଛନ୍ତି।

Share