Posted inଖେଳ

ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌କୁ ଗୁୁରୁମନ୍ତ୍ର ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୯।୧: ୨୦୨୩ ଦିନିକିଆ ବିଶ୍ୱକପ୍‌ ଭାରତରେ ଖେଳାଯିବ। ୧୦ ବର୍ଷ ପରେ ଆଇସିସି ଟ୍ରଫି ଜିତିବା ଉପରେ ଭାରତୀୟ ଟିମ୍‌ର ନଜର ରହିଛି। ଏହାକୁ ନେଇ ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି।

ଗାଙ୍ଗୁଲି କହିଛନ୍ତି, ଭାରତୀୟ ଟିମ୍‌ କଦାପି ଦୁର୍ବଳ ନୁହେଁ। କାରଣ ଆମ ପାଖରେ ବହୁତ ପ୍ରତିଭା ଅଛନ୍ତି। ଅଧାରୁ ଅଧିକ ଖେଳାଳିଙ୍କୁ ଦଳରେ ଖେଳିବାର ସୁଯୋଗ ପାଆନ୍ତି ନାହିଁ। ରାହୁଲ ଦ୍ରାବିଡ, ରୋହିତ ଶର୍ମା ଏବଂ ଚୟନକର୍ତ୍ତାମାନେ ବିଶ୍ୱକପ୍‌ ପର୍ଯ୍ୟନ୍ତ ଏହି ଦଳ ସହ ଖେଳିବା ଜାରି ରଖନ୍ତୁ ବୋଲି ଚାହୁଁଥିବା ଗାଙ୍ଗୁଲି କହିଛନ୍ତି।

ଏହାଛଡ଼ା ଯେତେବେଳେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌କୁ ଯାଏ, ସେତେବେଳେ ସେମାନେ କୌଣସି ପ୍ରକାର ବୋଝ ରଖିବା ଉଚିତ ନୁହେଁ। ଟ୍ରଫି ଜିତନ୍ତୁ ଅବା ନଜିତନ୍ତୁ, ଭୟଭୀତ ନ ହୋଇ କ୍ରିକେଟ ଖେଳିବା ଉଚିତ। ଯେଉଁ ଟିମ୍‌ ପାଖରେ ଶୁଭମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମ୍‌ରା, ମହମ୍ମଦ ଶାମି ଏବଂ ରବିନ୍ଦ୍ର ଜାଡେଜା ଭଳି ଖେଳାଳି ଅଛନ୍ତି, ସେ କେବେ ବି ଦୁର୍ବଳ ନୁହେଁ ବୋଲି ଗାଙ୍ଗୁଲି ମଧ୍ୟ କହିଛନ୍ତି।

କହିରଖୁଛୁ, ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ର ପ୍ରସ୍ତୁତି ଆରମ୍ଭ କରିଛି। ପ୍ରଥମେ ଶ୍ରୀଲଙ୍କା ଏବଂ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜରେ ଟିମ୍‌ ଇଣ୍ଡିଆ କବ୍ଜା କରିଛି। ଅଧିନାୟକ ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଲଗାତାର ଭାବେ ଆଗକୁ ବଢ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri