Categories: ଖେଳ

ଦ୍ୱିପ୍ରହରରେ ଶୋଇଥିଲେ ବୋଲି ଗାଙ୍ଗୁଲିଙ୍କୁ ଏଭଳି ଦଣ୍ଡ ଦେଇଥିଲେ ସଚିନ; ଜାଣିଲେ ହେବେ..

ନୂଆଦିଲ୍ଲୀ,୧୭।୧୧: ବିଗତ ଦିନରେ ଭାରତୀୟ କ୍ରିକେଟ ଟିମ୍‌ର ଦୁଇ ପ୍ରମୁଖ ଖେଳାଳି ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲୀଙ୍କ ଯୋଡ଼ି ବେଶ୍‌ ଲୋକପ୍ରିୟ ଥିଲା। ଦୀର୍ଘଦିନ ଧରି ଉଭୟ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଥିଲେ। ବିରେନ୍ଦ୍ର ସେହଓ୍ବାଗ୍‌ ଆସିବା ପୂର୍ବରୁ ସେମାନେ ଆଗୁଆ ବ୍ୟାଟିଂ କରିବାକୁ ଯାଉଥିଲେ। ଉକ୍ତ ସମୟର ଅନେକ ସ୍ମୃତି ରହିଛି।

ଏକଦା ସୌରଭ ଶୋଇଥିବା କୋଠରୀରେ ସଚିନ ଏବଂ ବିନୋଦ କାମ୍ବଲୀ ପାଣି ଭର୍ତ୍ତି କରିଦେଇଥିଲେ। ସେତେବେଳେ ଗାଙ୍ଗୁଲୀଙ୍କୁ ୧୪ ବର୍ଷ ହୋଇଥିଲା। ଇନ୍ଦୋରରେ ଜାତୀୟସ୍ତରର କ୍ୟାମ୍ପରେ ସେ ଖେଳିବାକୁ ଯାଇଥିଲେ। ଏହି ସମୟରେ ବହୁତ ଦୌଡ଼ିବାକୁ ପଡ଼ୁଥିଲା। ଫଳରେ ସେ ଥକି ଯାଉଥିଲେ। ରବିବାର ଛୁଟି ଦିନରେ ସେ ଏବଂ ତାଙ୍କର ଜଣେ ବନ୍ଧୁ ଦ୍ୱିପହରେ ଶୋଇ ଯାଇଥିଲେ। ଅପରାହ୍ନ ୫ଟାରେ ସେମାନଙ୍କ ନିଦ ଭାଙ୍ଗିଥିଲା। ସେ ଉଠିବା ପରେ ପୁରା କୋଠରୀରେ ପାଣି ଭର୍ତ୍ତି ହୋଇଥିବା ଦେଖିଥିଲେ। ଶୁଟ୍‌କେସ୍‌ ଠାରୁ ଆରମ୍ଭ କରି ଜୋତା ପର୍ଯ୍ୟନ୍ତ ସବୁକିଛି ପାଣିରେ ଭାସୁଥିଲା। ଭିତରେ କୌଣସି ପାଇପ୍‌ ଫାଟି ଯାଇଥିବା ସୌରଭ ଭାବିଥିଲେ। ହେଲେ ବାଥରୁମ୍‌ ଶୁଖିଲା ଥିଲା। ପରେ ଘରର କବାଟ ଖୋଲିବା ପରେ ସଚିନ ଏବଂ ବିନୋଦ ଛିଡ଼ା ହୋଇଥିବା ସେ ଦେଖିଥିଲେ। ସେମାନେ ଆହୁରି ଅଧିକ ପାଣି ଭର୍ତ୍ତି କରିଥାନ୍ତେ। ସେ ଏଭଳି କାହିଁକି କରୁଛନ୍ତି ବୋଲି ଗାଙ୍ଗୁଲୀ ପଚାରିଥିଲେ। ଏହାର ଜବାବରେ ଦ୍ୱିପ୍ରହରରେ କାହିଁକି ଶୋଇଛ। ଟେନିସ ଖେଳିବାକୁ ଚାଲ ବୋଲି ସଚିନ ଉତ୍ତର ଦେଇଥିଲେ। ସେତେବେଳେ ସେ ପ୍ରଥମ ଥର ସଚିନଙ୍କୁ ଦେଖିଥିଲେ। ବମ୍ବେ ଟିମ୍‌ରୁ ଥିବାରୁ ତାଙ୍କର ବେଶ୍‌ ଦବ୍‌ଦବା ଥିଲା ବୋଲି ଗାଙ୍ଗୁଲୀ ଏକ ସାକ୍ଷାତକାରରେ କହିଥିଲେ।

Share