ପରଦାରେ ‘ଦାଦା’ ହେବେ ଏହି ଅଭିନେତା

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ପାଇଁ ଯୋଜନା ହେଉଛି। ନିକଟରେ ଏହାର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ସରିଛି। ଗାଙ୍ଗୁଲି ଏହି ସ୍କ୍ରିପ୍ଟକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଶୁଟିଂ ଖୁବ ଶୀଘ୍ର ଆରମ୍ଭ ହୋଇପାରେ।
ରଣବୀର କପୁର ଏହି ଫିଲ୍ମରେ ସୌରଭ ଗାଙ୍ଗୁଲିଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ କ୍ରିକେଟରଙ୍କ ଚରିତ୍ରରେ କିଏ ଅଭିନୟ କରିବେ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। କୁହାଯାଉଛି ଯେ ଫିଲ୍ମରେ ଏମଏସ ଧୋନୀଙ୍କ ଚରିତ୍ର ମଧ୍ୟ ଦେଖିବାକୁ ମିଳିବ।
ଭାରତୀୟ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବରେ ସୌରଭ ଗାଙ୍ଗୁଲି ରହିଛନ୍ତି। ସେ ସବୁବେଳେ ଦଳର ଯୁବ ଖେଳାଳିଙ୍କୁ ଏକ ସୁଯୋଗ ଦେଇଥିଲେ। ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ମହମ୍ମଦ କୈଫ, ହରଭଜନ ସିଂ ଏବଂ ଇରଫାନ ପଠାନଙ୍କ ଭଳି ଖେଳାଳି ତାଙ୍କ ଅଧୀନରେ ଦଳକୁ ଆସି ଖ୍ୟାତି ଅର୍ଜନ କରିଥିଲେ।

Share