ପ୍ରତିଦିନ ୧୬ କିଲୋମିଟର ଦୌଡୁ୍‌ଛନ୍ତି ଏହି ଅଭିନେତ୍ରୀ

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଅଭିନେତ୍ରୀ ଏବଂ ଅଭିନେତାମାନେ ଲକ୍‌ଡାଉନରେ ଶରୀରୁ ଫିଟ୍‌ ରଖିବା ପାଇଁ ବିଭିିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। କିଏ ଜିମ୍‌ରେ ଝାଳ ବୁହାଉଛନ୍ତି ତ ଆଉ କିଏ ଯୋଗ କରୁଛନ୍ତି। ଏହି କ୍ରିମରେ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଶର୍ମ ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ ୧୬ କିଲୋମିଟର ପର୍ଯ୍ୟନ୍ତ ଦୌଡୁଛନ୍ତି। ବର୍ତ୍ତମାନ ଆମେରିକାରେ ରହୁଥିବା ସୌନ୍ଦର୍ଯ୍ୟା କହିଛନ୍ତି ମୁଁ ସୁସ୍ଥ ରହିବାରେ ବିଶ୍ୱାସ କରେ। ମୋତେ କରିବାକୁ ବେଶୀ ଭଲ ଲାଗେ। କରୋନା ମହାମାରୀ ଏମିତି ଏକ ସ୍ଥିତିରେ ଆମକୁ ପହଞ୍ଚାଇଛି ସେଠି ଆମେ କିଛି କରିପାରି ନାହିଁ। ତେଣୁ ନିଜ ଶରୀରକୁ ଫିଟ୍‌ ରକତ୍ବାକୁ ବ୍ୟାୟାମ ହିଁ ଏକମାତ୍ର ବିକଳ୍ପ। ପ୍ରଥମେ ମୁଁ ୧୦ କିମି ଦୌଡିବା ଆରମ୍ଭ କରିଥିଲି। ତା’ପରେ ଧୀରେ ଧୀରେ ଏହାକୁ ବଢାଇଲି ବୋଲି ସେ କହିଛନ୍ତି।

Share