ଯୁଦ୍ଧର ପଦଧ୍ୱନୀ, ୟୁକ୍ରେନ୍‌ ସୀମାରେ ଲକ୍ଷାଧିକ ରୁଷିଆ ସୈନ୍ୟ…

ମସ୍କୋ, ୨୨।୧ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧର ପଦଧ୍ୱନୀ ସୃଷ୍ଟି ହେବା ଆରମ୍ଭ ହୋଇଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା ଦେଖାଦେଇଛି। ଆମେରିକା ଏବଂ ରୁଷିଆ ମଧ୍ୟରେ ହୋଇଥିବା ବୈଠକ ସଫଳ ନ ହେବାରୁ ଏକ ନୂତନ ସଙ୍କଟ ଦେଖାଦେଇଛି।

ଏପରିସ୍ଥଳେ ୟୁକ୍ରେନ୍‌ ସୀମାରେ ରୁଷିଆ ଏହାର ଲକ୍ଷାଧିକ ସୈନ୍ୟ ମୁତୟନ କରିଛି। ତେବେ ଆମେରିକାର ଏଭଳି ଅଭିଯୋଗକୁ ରୁଷିଆ ଖଣ୍ଡନ କରିଛି। ୟୁକ୍ରେନ୍‌ ସୀମାରୁ ରୁଷିଆ ପଛକୁ ହଟିବା ନେଇ ଆମେରିକା ଚେତାବନୀ ଦେଇଛି। ଅପରପକ୍ଷରେ ରୁଷିଆ ୟୁକ୍ରେନ୍‌କୁ ନାଟୋରେ ସାମିଲ୍‌ ନ କରାଯିବାକୁ ଦାବି ପୁଣି ଦୋହରାଇଛି।

ଆମେରିକା ଏବଂ ରୁଷିଆର ବିଦେଶମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଥିଲେ ମଧ୍ୟ ଉଭୟପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

Share