ନାଇଜରରେ ନୂଆ ଯୁଦ୍ଧର ପଦଧ୍ୱନୀ: ସୁନା ଭଣ୍ଡାର ମୋହରେ ରୁଷିଆ-ଆମେରିକା…

ଅବୁଜା,୬।୮ : ସାମରିକ କ୍ଷମତା ଦଖଲ ପରଠାରୁ ନାଇଜର ବିଶ୍ୱର ମହାଶକ୍ତି ମଧ୍ୟରେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି। ନାଇଜରକୁ ଦଖଲ କରିବାକୁ ରୁଷିଆ ଏବଂ ଆମେରିକା ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ମାମଲା ଏତେ ଗମ୍ଭୀର ଆମେରିକାର ସମର୍ଥକ ପଡୋଶୀ ଦେଶର ଏକ ମିଳିତ ମେଣ୍ଟ ଯେକୌଣସି ସମୟରେ ନାଇଜର ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ ରହିଛି। ତେବେ ନାଇଜର ବିରୋଧରେ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନର ଭୟଙ୍କର ପରିଣାମ ବିଷୟରେ ରୁଷିଆ ଚେତାବନୀ ଦେଇଛି। ରୁଷିଆର ସମର୍ଥନରେ ବୁର୍କିନା ଫାସୋ ଏବଂ ମାଲି ପରି ଆଫ୍ରିକୀୟ ଦେଶ ଖୋଲାଖୋଲି ଭାବେ ନାଇଜରକୁ ସାହାଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ନାଇଜର ବିରୋଧରେ ଚାଲିଥିବା ଯୁଦ୍ଧ ଆଫ୍ରିକାରେ ବ୍ୟାପିବାର ସମ୍ଭାବନା ରହିଛି। ବର୍ତ୍ତମାନ ପ୍ରଶ୍ନ ଉଠିଛି ବର୍ଷ ବର୍ଷ ଧରି ଅବହେଳିତ ହୋଇଆସୁଥିବା ନାଇଜରରେ କ’ଣ ଅଛି ? କେଉଁ ଆମେରିକା ଏବଂ ରୁଷିଆ ନାଇଜରକୁ ନେଇ ପରସ୍ପରର ଶତ୍ରୁ ପାଲଟିଛନ୍ତି।

୨୬ ମେରେ ନାଇଜରରେ ଏକ ସାମରିକ କ୍ଷମତା ଦଖଲ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଗାର୍ଡର କମାଣ୍ଡର ଜେନେରାଲ ଅବଦୋରାହମାନ ଟଚିଆନି ନାଇଜରର ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କୁ ବହିଷ୍କାର କରି କ୍ଷମତା ଦଖଲ କରିଥିଲେ। ସେବେଠାରୁ ନାଇଜରର ସାଧାରଣ ଲୋକମାନେ ରୁଷିଆ ଏବଂ ଚାଇନା ପତାକା ହାତରେ ଧରି ଉତ୍ସବ ପାଳନ କରୁଛନ୍ତି। ଏହି ସମୟ ମଧ୍ୟରେ ନାଇଜରରେ ବହୁ ସଂଖ୍ୟାରେ ଆମେରିକା ବିରୋଧୀ ଏବଂ ଫ୍ରାନ୍ସ ବିରୋଧୀ ପ୍ରଦର୍ଶନ ମଧ୍ୟ ହୋଇଛି। ନାଇଜରର ଲୋକମାନେ ଏହାକୁ ଦ୍ୱିତୀୟ ସ୍ବାଧୀନତା ବୋଲି କହୁଛନ୍ତି। ସେମାନେ ଦାବି କରିଛନ୍ତି ନାଇଜର ବର୍ତ୍ତମାନ ପାଶ୍ଚାତ୍ୟର ଦାସତ୍ୱରୁ ମୁକ୍ତ।

ଆଫ୍ରିକାର ଆମେରିକାର ବନ୍ଧୁ ଭାବରେ ବିବେଚନା କରାଯାଉଥିବା ପଶ୍ଚିମ ଆଫ୍ରିକୀୟ ରାଜ୍ୟଗୁଡିକର ଅର୍ଥନୈତିକ ସମ୍ପ୍ରଦାୟ(ଇକୋଓ୍ବାସ) ନାଇଜର ବିରୁଦ୍ଧରେ ସାମରିକ ଶକ୍ତି ବ୍ୟବହାର କରିବାକୁ ଧମକ ଦେଇଛନ୍ତି। ଇକୋଓ୍ବାସ ସଦସ୍ୟ ଦେଶଗୁଡିକ ମଧ୍ୟରେ ବେନିନ, ବୁର୍କିନା ଫାସୋ, କାବୋ ଭର୍ଡେ, କୋଟେ ଡି ଆଇଭୋରେ, ଗାମ୍ବିଆ, ଘାନା, ଗୁଇନିଆ, ଗୁଇନିଆ ବିସାଉ, ଲାଇବେରିଆ, ମାଲି, ନାଇଜର, ନାଇଜେରିଆ, ସିଆରପିଏଫ, ସେନେଗାଲ ଏବଂ ଟୋଗୋ ଅନ୍ତର୍ଭୁକ୍ତ। ଇକୋଓ୍ବାସ ବର୍ତ୍ତମାନ ନାଇଜେରିଆ ଦ୍ୱାରା ପରିଚାଳିତ। ଏହି ସମୟରେ ନାଇଜେରିଆର ରାଷ୍ଟ୍ରପତି ମହମ୍ମଦ ବାଜୁମ ତାଙ୍କ ଦେଶର ସଂସଦକୁ ନାଇଜର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ସହମତି ଦେବାକୁ କହିଛନ୍ତି। ଅନ୍ୟପକ୍ଷରେ ଆଫ୍ରିକୀୟ ୟୁନିଅନ ମଧ୍ୟ ଆମେରିକା ସହିତ ନାଇଜର ବିରୋଧରେ ଅସନ୍ତୁଷ୍ଟ ଅଛନ୍ତି।
ପ୍ରକୃତରେ ନାଇଜରର ପ୍ରାକୃତିକ ସମ୍ପଦ ଅଧିକାର ପାଇଁ ଆମେରିକା ରୁଷିଆ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି।

ନାଇଜର ଚାରିପଟେ ଅନ୍ୟ ଦେଶ ଘେରି ରହିଛନ୍ତି। ଏହାର ପଶ୍ଚିମ ଆଫ୍ରିକା, ଦକ୍ଷିଣ-ପୂର୍ବରେ ଆଲଜେରିଆ ଅବସ୍ଥିତ। ଏହି ଦେଶର ମୋଟ କ୍ଷେତ୍ରଫଳ ହେଉଛି ୧,୨୬୭ ହଜାର ବର୍ଗ କିଲୋମିଟର। ୧୯୬୦ରେ ନାଇଜର ଏକ ସ୍ବାଧୀନ ରାଷ୍ଟ୍ର ହେଲା। ଦେଶ ଜାତିଗତ ଅଶାନ୍ତି, ଭୟଙ୍କର ମରୁଡ଼ି ପରିସ୍ଥିତି ଏବଂ ରାଜନୈତିକ ଅସ୍ଥିରତା ଭୋଗୁଛି । ଏହା ବିଶ୍ୱର ସବୁଠାରୁ ଗରିବ ଦେଶ ଭାବରେ ପରିଗଣିତ ହୋଇଛି। ବଢୁଥିବା ଜନସଂଖ୍ୟା ମଧ୍ୟ ଏହି ଦେଶର ସମସ୍ୟାକୁ ବୃଦ୍ଧି କରିଛି। ଜିଡିପିର ୪୦ ପ୍ରତିଶତ ହିସାବରେ ନାଇଜରର ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ନାଇଜରର ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତ କୃଷି ଉପରେ ନିର୍ଭର କରିଥାନ୍ତି। ନାଇଜରରେ ବିପୁଳ ପରିମାଣର ପ୍ରାକୃତିକ ସମ୍ପଦ ଭଣ୍ଡାର ରହିଛି। ତେଣୁ ନାଇଜରର ଅଧିକାର ପାଇଁ ରୁଷିଆ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ପ୍ରତିଯୋଗୀତା ଏହାର ମୁଖ୍ୟ କାରଣ।

ନାଇଜରର ପ୍ରାକୃତିକ ସମ୍ପଦ ମଧ୍ୟରେ ୟୁରାନିୟମ, କୋଇଲା, ସୁନା, ଲୁହାପଥର, ଟିଣ, ଫସଫେଟ, ପେଟ୍ରୋଲିୟମ, ମଲାଇବେଡେନ୍ମ, ଲୁଣ ଏବଂ ଜିପସମ ଅନ୍ତର୍ଭୁକ୍ତ। ନାଇଜରରେ ବିଶ୍ୱର ସର୍ବବୃହତ ୟୁରାନିୟମ ଭଣ୍ଡାର ଅଛି । ନାଇଜରରେ ମଧ୍ୟ ତେଲର ଭଲ ଭଣ୍ଡାର ଅଛି। ବିଶେଷଜ୍ଞମାନେ କହିଛନ୍ତି ଯଦି ନାଇଜର ନିଜର ସ୍ଥିତିକୁ ବଜାୟ ରଖେ, ତେବେ ଆଗାମୀ ଦଶନ୍ଧିରେ ଆଫ୍ରିକାର ସବୁଠାରୁ ଶକ୍ତିଶାଳୀ ଦେଶ ହୋଇ ପାରିବ।
ନାଇଜରର ସମିରା ହିଲ ଖଣି କାନାଡାର ସେମାଫୋ ଇଙ୍କର ମାଲିକାନାରେ ଥିଲା। କାନାଡାର କମ୍ପାନୀ ଖଣିର ୮୦ ପ୍ରତିଶତ ମାଲିକ ଥିବାବେଳେ ନାଇଜର ସରକାର ୨୦ ପ୍ରତିଶତ ମାଲିକାନା ରଖିଥିଲେ। ସମିରା ହିଲ ଖଣି ହେଉଛି ଦେଶର ଏକମାତ୍ର ଶିଳ୍ପ ସୁନା ଖଣି। ୨୦୦୯ ରେ ଏହି ଖଣିରୁ ୧,୭୭୦ କିଲୋଗ୍ରାମ ସୁନା ଏବଂ ୨୦୧୦ ରେ ୧,୫୯୬ କିଲୋଗ୍ରାମ ସୁନା ବାହାର କରାଯାଇଥିଲା। ସେମାଫୋ ସମିରା ହିଲ, ଲିବଡୋରାଡୋ ଉତ୍ତର ପଶ୍ଚିମ ଏବଂ ବୁଲନ ଜୁଙ୍ଗା ଉତ୍ତରରେ ଦୁଇଟି ନୂତନ ସୁନା କ୍ଷେତ୍ର ଆବିଷ୍କାର କରିଥିବା ଦାବି କରିଛି ।

ସୁନା ଭଣ୍ଡାର ମୋହରେ ଏବେ ଆମେରିକା ରୁଷିଆ ନାଇଜରରେ ପହଞ୍ଚିଛନ୍ତିି। ଫଳରେ ନୂଆ ଯୁଦ୍ଧର ପଦଧ୍ୱନୀ ନାଇଜରରେ ଶୁଭିବାରେ ଲାଗିଛି। ଆଗାମୀ ଦିନରେ ନାଇଜର ଯୁଦ୍ଧସ୍ଥଳରେ ପରିଣତ ହେବାର ଆଶଙ୍କା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri