ରସିକିଆ ସମୀର ସାର୍‌ଙ୍କ ଭିଡିଓ ଭାଇରାଲ, ଜଣାପଡିଲା ଅସଲ ସତ!

ବାଲେଶ୍ୱର,୧୬।୭: ଭାଇରାଲ ହେଲା ରସିକିଆ ସାର୍‌ଙ୍କ ଭିଡିଓ। ଭିଡିଓ ଭାଇରାଲ ପରେ ଜଣାପଡିଛି ଅସଲ ସତ। ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ସେପଟେ ପଦାକୁ ଆସିଛି ରସିକିଆ ସମୀର ସାର୍‌ଙ୍କ ଭିଡିଓ।

ଜଳିବା ଦିନ କଲେଜ ପ୍ରିନ୍ସପାଲଙ୍କ ଅଫିସରେ ବସିଥିଲା ବଡ଼ ବୈଠକ। ଏହି ବୈଠକରେ ସୌମ୍ୟାଙ୍କ ସମେତ ବରିଷ୍ଠ ଅଧିକାରୀ, ପୋଲିସ ଓ ସମୀର ସାର୍‌ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ସୌମ୍ୟାଙ୍କ ଓ ସମୀରଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ପ୍ରିନ୍ସପାଲଙ୍କ ଆଗରେ ନିଜ ସ୍ବାଭିମାନ ଟିକକ ବଞ୍ଚାଇବା ପାଇଁ ଏଚଓଡି ସମୀର ସାର୍‌ଙ୍କୁ ମଧ୍ୟ ଛାଡି ନ ଥିଲେ ସୌମ୍ୟାଙ୍କ। ପ୍ରତିଟି ପ୍ରଶ୍ନର ନିର୍ଭିକ ଭାବେ ଉତ୍ତର ଦେବା ସହ ସିଧାସଳଖ କାଉଣ୍ଟର ମଧ୍ୟ କରିଥିଲେ। ଯାହାକୁ ଶୁଣି ସମସ୍ତେ ଚୁପ୍‌ ବସିଥିଲେ ହେଁ ସୌମ୍ୟାଙ୍କ ନିଜର ଅଧିକାର ପାଇଁ ଲଢେଇ କରିଥିଲେ। ଭିଡିଓ ଭାଇରାଲ ପରେ ଏବେ ରାଜ୍ୟରେ ଚହଳ ସୃଷ୍ଟି କରିଛି।

କାରଣ ପ୍ରିନ୍ସପାଲଙ୍କ ଅଫିସର ଏହି ଭିଡିଓ ଅନେକ କିଛି ଖୁଲାସା କରୁଛି। ସମୀର ସାର୍‌ଙ୍କ ବ୍ୟବହାର କଥାବର୍ତ୍ତାରୁ ଅନେକ କିଛି ବାରି ହୋଇପଡୁଛି। ଜଣାପଡୁନି ସାର୍‌ ଦୋଷ ମାନୁଛନ୍ତି ନା ରାଗିକି ମଧ୍ୟ ମନ ଭିତରେ କୁହୁଳିଛନ୍ତି। ବୈଠକରେ ସମୀରଙ୍କ ଆଡକୁ ଆଙ୍ଗୁଠି ଦେଖାଇ ନିର୍ଭିକରେ ସୌମ୍ୟା କହୁଛନ୍ତି, ଦିନେ ମୁଁ କ୍ଲାସ ଲେଟ୍‌ରେ ଆସିଥିଲି, ମୋତେ ଜାଣିଶୁଣି ଠିଆ କରେଇଦେଇଥିଲେ। କ୍ଲାସରୁମକୁ ବି ଛାଡିଲେନି। ମୋତେ ମାନସିକ ନିର୍ଯାତନା ଦେଉଥିଲେ। ଏହି କଥାରେ ସମୀର ସାର୍‌ ଭୁଲ ମାଗିବା ସହ ଏପରି ବ୍ୟବହାର ଆଉ କରିବେ ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ବିମାନ ସଙ୍କଟ: ପାଇଲଟଙ୍କୁ ସହଯୋଗ କରିବାକୁ ଅନୁରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୫।୧୨: ଦେଶର ସର୍ବବୃହତ୍ ବଜେଟ୍ ବିମାନସେବା ଇଣ୍ଡିଗୋ ରେ ଲଗାତାର ତୃତୀୟ ଦିନ ପାଇଁ ବିମାନ ଚଳାଚଳ ବାଧାପ୍ରାପ୍ତ ହେବା ପରେ, ବିମାନ ଚଳାଚଳ ନିୟାମକ...

ମୋ ଝିଅକୁ ପ୍ୟାଡ୍‌ ଦିଅ… ଇଣ୍ଡିଗୋ ବିମାନ ବିଳମ୍ବ ମଧ୍ୟରେ ହୃଦୟ ବିଦାରକ VIDEO ଭାଇରାଲ

ନୂଆଦିଲ୍ଲୀ,୫।୧୨: ଦେଶରେ ଯାତ୍ରୀ ସୁରକ୍ଷା ଏବଂ ସୁବିଧା ବିଷୟରେ ବହୁତ ଆଲୋଚନା ହେଉଥିବାବେଳେ, ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହୋଇଛି। ବିମାନବନ୍ଦର...

ସକାଳୁ ଉଠିଲେ ପାଣି ପାଇଁ ସଂଘର୍ଷ: ୩୦ ପରିବାରକୁ ଗୋଟିଏ ନଳକୂପ

ଦାରିଙ୍ଗବାଡି, ୫/୧୨ (ଅରୁଣ ସାହୁ): ଭୋର ଉଠିଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ...

୨୦୨୫-୨୬ ଆର୍ଥିକ ବର୍ଷର ଖରିବ ଧାନ କ୍ରୟ ଶୁଭାରମ୍ଭ

ଲୋଇସିଂହା,୫।୧୨(ସୁଶାନ୍ତ ବାରିକ) ବଲାଙ୍ଗୀର ଡିଏଲ ପିସି ବୈଠକରେ ହୋଇଥିବା ଧାର୍ଯ୍ୟ ତାରିଖ ଅନୁଯାୟୀ ଡିସେମ୍ବର ୫ ତାରିଖରୁ ଜିଲାର ଲୋଇସିଂହା ପାକ୍ସରୁ ଜିଲ୍ଲାସ୍ତରୀୟ ୨୦୨୫-୨୬ ଆର୍ଥିକ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବୈତରଣୀରେ ନିର୍ମାଣ ହେବ ବ୍ୟାରେଜ୍‌

ପାଟଣା,୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ତହସିଲ ରାଜନଗର ବୈତରଣୀ ନଦୀରେ ଭୀମକୁଣ୍ଡ ବ୍ୟାରେଜ ନିର୍ମାଣ ହେବାର...

ଗଞ୍ଜେଇ ହେରଫେର: ଫୁଲବାଣୀ ସଦର ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ,୫ା୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବନ କରିଛି। ତାଙ୍କ ନାମରେ...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

୧.୫ ବର୍ଷର ନିଜ ଝିଅକୁ ଗଛରେ ଝୁଲାଇ ହତ୍ୟା କଲା ପିଶାଚୀ ମା’

ପୁରୀ,୫।୧୨: ପାରିବାରିକ କଳହର ଏକ ଅତ୍ୟନ୍ତ ଦୁଃଖଦ ପରିଣାମରେ, ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri