Posted inରାଜ୍ୟ

ଏଫଏମ ପ୍ରିନ୍ସପାଲଙ୍କ ଖୋଲିଲା ପୋଲ୍‌, ହେଲା ସାଂଘାତିକ ଖୁଲାସା

ବାଲେଶ୍ୱର,୧୫।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଚଓଡି ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା, ତାଙ୍କୁ HOD ପଦରୁ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିଥିଲା । ଏକଥା ଗଣମାଧ୍ୟମ ଆଗରେ କହିଛନ୍ତି, କମିଟିର ଜଣେ ସଦସ୍ୟା ମିନତୀ ସିରି । ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତାଙ୍କ ସୁପାରିସ ଅନୁସାରେ ପଦକ୍ଷେପ ନିଆଯାଇଥାନ୍ତା, ତାହେଲେ ହୁଏତ ଏଭଳି ଘଟଣା ଘଟିନଥାନ୍ତା । ଏହାର ଅର୍ଥ ହେଉଛି, କମିଟିର ରିପୋର୍ଟକୁ ଚାପି ଦେଇଥିଲେ କଲେଜର ଅଧ୍ୟକ୍ଷ ।

ଅଭିଯୋଗ ଆସିବା ପରେ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏହାର ତଦନ୍ତ କରିଥିଲା। ଏବଂ ତଦନ୍ତରେ ସେମାନେ ଜାଣିବା ପାଇଁ ପାଇଥିଲେ ଯେ, ବିଭାଗୀୟ ମୁଖ୍ୟ ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା। ତାଙ୍କୁ ଏଚଓଡି ପଦରୁ ପରିବର୍ତ୍ତନ କରିବା ପାଇଁ ସୁପାରିସ କରାଯାଇଥିଲା। ଏହା କରିଥିଲେ ପୀଡ଼ିତା ଛାତ୍ରୀ ଜଣଙ୍କ ଖୁସି ହୋଇଥା’ନ୍ତେ ଏବଂ ଏଭଳି ପଦକ୍ଷେପ ନେଇ ନଥା’ନ୍ତେ ବୋଲି କମିଟିର ଜଣେ ସଦସ୍ୟ ମିନତୀ ସିରି ସୂଚନା ଦେଇଛନ୍ତି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ମଧ୍ୟ ଅନୁଭବ କରିଥିଲା ପରୀକ୍ଷା ଦେବାରୁ ଛାତ୍ରୀ ଜଣଙ୍କୁ ନିବୃତ୍ତ ରଖିବା ଏକ ର୍ନିଯାତନା ଥିଲା।

ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ରିପୋର୍ଟ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଦିଆଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଦିଲ୍ଲୀପ ଘୋଷ କୌଣସି ପଦକ୍ଷେପ ନନେଇ ଏଚଓଡି ସମୀର ସାହୁଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ।

ତେବେ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା। ଏନେଇ ସହଦେବ ଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଛି। BNS ଦଫା 75, 79, 108, 351(2), 3(5) ଲାଗିଛି ଦଫା। ଏଥିସହ ଯୌନ ର୍ନିଯାତନା, ମହିଳାଙ୍କ ସମ୍ମାନହାନି ଦଫା ଲାଗିଛି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ଧମକ ଦେବା ଭଳି ମଧ୍ୟ ଦଫା ଲାଗିଛି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେବା ପରେ ବି କାହିଁକି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ତାଙ୍କ ବିରୋଧରେ ପଦକ୍ଷେପ ନେଇ ନଥିଲେ, ଏଥିସହ ଏଚଓଡି ସମୀର ସାହୁଙ୍କୁ କଲେଜ ଆସିବାକୁ ବାରଣ ମଧ୍ୟ କରି ନଥିଲେ। ଏହା ଫଳରେ ସମୀର ସାହୁ ନିୟମିତ ଭାବେ କଲେଜ ଆସି ଛାତ୍ରୀଙ୍କ ଅଭିଯୋଗର ତଦନ୍ତକୁ ପ୍ରଭାବିତ କରିଥିଲେ ସାଂଘାତିକ ଖବର ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାର୍କିକ ଅସଙ୍ଗତି ତାଲିକାରେ ଥିବା ଲୋକଙ୍କ ନାଁ ପ୍ରକାଶ କର

ନୂଆଦିଲ୍ଲୀ,୨୦ା୧(ପି.ଟି.): ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଯେଉଁମାନଙ୍କ ନାମ ତାର୍କିକ ଅସଙ୍ଗତି ତାଲିକାରେ ରହିଛି, ସେଗୁଡ଼ିକୁ ଗ୍ରାମପଞ୍ଚାୟତ ଭବନ, ବ୍ଲକ୍‌...

ନଏଡ଼ା ସିଇଓ ବହିଷ୍କୃତ

ଲକ୍ଷ୍ନୌ,୨୦ା୧(ପି.ଟି.): ନଏଡ଼ା ସେକ୍ଟର ୧୫୦ସ୍ଥିତ ଏକ ନିର୍ମାଣ ସ୍ଥଳରେ ଜଳଭର୍ତ୍ତି ଗର୍ତ୍ତ ମଧ୍ୟକୁ କାର୍‌ ଖସି ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାରେ ନଏଡ଼ା...

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ...

ଦ୍ରୁତ ହ୍ରାସ ପାଉଛି ଚାଇନା ଜନସଂଖ୍ୟା

ବେଜିଂ,୨୦ା୧(ପି.ଟି.): ୨୦୨୫ରେ ଚାଇନାରେ ଜନ୍ମହାର ୧୦ ବର୍ଷ ପୂର୍ବ ତୁଳନାରେ ୧୦ ନିୟୁତ ହ୍ରାସ ପାଇଥିବାବେଳେ କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଜନସଂଖ୍ୟା ହ୍ରାସ ପାଇଛି।...

ବଢୁଛି ପାରଦ କମୁଛି ଶୀତ, ୨୪ ପର୍ଯ୍ୟନ୍ତ କୁହୁଡ଼ି

ଭୁବନେଶ୍ୱର,  ୨୦|୧  (ବନ୍ଦନା ସେଠୀ): ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍‌ ସମୟରେ...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ...

ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା

ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri