Posted inରାଜ୍ୟ

ଏଫଏମ ପ୍ରିନ୍ସପାଲଙ୍କ ଖୋଲିଲା ପୋଲ୍‌, ହେଲା ସାଂଘାତିକ ଖୁଲାସା

ବାଲେଶ୍ୱର,୧୫।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଚଓଡି ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା, ତାଙ୍କୁ HOD ପଦରୁ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିଥିଲା । ଏକଥା ଗଣମାଧ୍ୟମ ଆଗରେ କହିଛନ୍ତି, କମିଟିର ଜଣେ ସଦସ୍ୟା ମିନତୀ ସିରି । ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତାଙ୍କ ସୁପାରିସ ଅନୁସାରେ ପଦକ୍ଷେପ ନିଆଯାଇଥାନ୍ତା, ତାହେଲେ ହୁଏତ ଏଭଳି ଘଟଣା ଘଟିନଥାନ୍ତା । ଏହାର ଅର୍ଥ ହେଉଛି, କମିଟିର ରିପୋର୍ଟକୁ ଚାପି ଦେଇଥିଲେ କଲେଜର ଅଧ୍ୟକ୍ଷ ।

ଅଭିଯୋଗ ଆସିବା ପରେ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏହାର ତଦନ୍ତ କରିଥିଲା। ଏବଂ ତଦନ୍ତରେ ସେମାନେ ଜାଣିବା ପାଇଁ ପାଇଥିଲେ ଯେ, ବିଭାଗୀୟ ମୁଖ୍ୟ ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା। ତାଙ୍କୁ ଏଚଓଡି ପଦରୁ ପରିବର୍ତ୍ତନ କରିବା ପାଇଁ ସୁପାରିସ କରାଯାଇଥିଲା। ଏହା କରିଥିଲେ ପୀଡ଼ିତା ଛାତ୍ରୀ ଜଣଙ୍କ ଖୁସି ହୋଇଥା’ନ୍ତେ ଏବଂ ଏଭଳି ପଦକ୍ଷେପ ନେଇ ନଥା’ନ୍ତେ ବୋଲି କମିଟିର ଜଣେ ସଦସ୍ୟ ମିନତୀ ସିରି ସୂଚନା ଦେଇଛନ୍ତି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ମଧ୍ୟ ଅନୁଭବ କରିଥିଲା ପରୀକ୍ଷା ଦେବାରୁ ଛାତ୍ରୀ ଜଣଙ୍କୁ ନିବୃତ୍ତ ରଖିବା ଏକ ର୍ନିଯାତନା ଥିଲା।

ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ରିପୋର୍ଟ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଦିଆଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଦିଲ୍ଲୀପ ଘୋଷ କୌଣସି ପଦକ୍ଷେପ ନନେଇ ଏଚଓଡି ସମୀର ସାହୁଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ।

ତେବେ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା। ଏନେଇ ସହଦେବ ଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଛି। BNS ଦଫା 75, 79, 108, 351(2), 3(5) ଲାଗିଛି ଦଫା। ଏଥିସହ ଯୌନ ର୍ନିଯାତନା, ମହିଳାଙ୍କ ସମ୍ମାନହାନି ଦଫା ଲାଗିଛି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ଧମକ ଦେବା ଭଳି ମଧ୍ୟ ଦଫା ଲାଗିଛି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେବା ପରେ ବି କାହିଁକି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ତାଙ୍କ ବିରୋଧରେ ପଦକ୍ଷେପ ନେଇ ନଥିଲେ, ଏଥିସହ ଏଚଓଡି ସମୀର ସାହୁଙ୍କୁ କଲେଜ ଆସିବାକୁ ବାରଣ ମଧ୍ୟ କରି ନଥିଲେ। ଏହା ଫଳରେ ସମୀର ସାହୁ ନିୟମିତ ଭାବେ କଲେଜ ଆସି ଛାତ୍ରୀଙ୍କ ଅଭିଯୋଗର ତଦନ୍ତକୁ ପ୍ରଭାବିତ କରିଥିଲେ ସାଂଘାତିକ ଖବର ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri