ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ଏଚଓଡି ସମୀରଙ୍କ ସାଂଘାତିକ କାରନାମ, ଛାତ୍ରୀଙ୍କ ସହ କରୁଥିଲେ…

ବାଲେଶ୍ୱର,୧୬।୭: ଜବୀନ ଯୁଦ୍ଧରେ ହାରିଛନ୍ତି! ସୌମ୍ୟାଶ୍ରୀଙ୍କ ପାଇଁ ଏତିକି କହିବା ତାଙ୍କ ପ୍ରତି ଅସମ୍ମାନ ହେବ। ସିଏ ନୁହେଁ ଆମେ ହାରି ଯାଇଛୁ। ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ତୁଛାଟାରେ ଚିତ୍କାର କରୁଛୁ। ରାଜନୀତି ଓ ଗଣମାଧ୍ୟମର ଅସ୍ୟହ ଚିତ୍କାରରେ ଦବି ଯାଇଛି ସୌମ୍ୟାଶ୍ରୀ ଚିତ୍କାର। ତାଙ୍କ ମୃତ୍ୟୁରେ ଅସଲ ଦୋଷୀ ଏଚଓଡି ସମୀର ସାହୁ ଓ ପ୍ରିନ୍ସପାଲ ନିଲମ୍ବନ ହୋଇଛନ୍ତି। ତେବେ ଏହାରି ଭିତରେ ଅଧ୍ୟାପକ ସମୀର ସାହୁଙ୍କ ଏକ ବଡ କଳା ଇତିହାସ ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ତାଜୁବ ହୋଇଯିବେ।

ସମୀର ସାହୁଙ୍କ ବିବାଦର ଚିଠା କିନ୍ତୁ ବେଶ ଲମ୍ବା । ଚାକିରି ଜୀବନ ଆରମ୍ଭରୁ ହିଁ ପ୍ରାଧାପକ ଜଣକ ବିବାଦୀୟ ଥିଲେ । ଢେଙ୍କାନାଳ ଜିଲା ଭୁବନର ବାଜିରାଉତ ମେମୋରିଆଲ କଲେଜରୁ ଚାକିରି ଆରମ୍ଭ କରିଥିଲେ । ନିଜର ବିବାଦୀୟ କାର୍ଯ୍ୟକଳାପ ପାଇଁ ସେଠାରେ ସେ ଛଟେଇ ହୋଇଥିଲେ । ଏହି ଘଟଣା ପରେ ତାଙ୍କୁ କେନ୍ଦୁଝରର ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ବଦଳି କରାଯାଇଥିଲା । ଏଠାରେ ଅଧ୍ୟାପକ ଭାବେ କାମ କରୁଥିବାବେଳେ ଜନୈକ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଧରାପଡ଼ିଥିଲେ । ଯେଉଁଥିପାଇଁ ତାଙ୍କୁ ବାଲେଶ୍ୱରକୁ ବଦଳି କରାଯାଇଥିଲା ।

ଏଜୁକେସନ ବିଭାଗରେ କନିଷ୍ଠ ଅଧ୍ୟାପକ ଭାବେ ୨୦୨୧ ମସିହା ଅକ୍ଟୋବର ୧୦ରୁ ୨୦୨୩ ଫେବ୍ରୁଆରୀ ୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଚମ୍ପୁଆ କଲେଜରେ ତାଙ୍କର ୧ ବର୍ଷ ୪ ମାସର କାର୍ଯ୍ୟକାଳ ବିବାଦ ଭରି ରହିଥିଲା । ନିୟମିତ ସେ କ୍ଳାସ ବାହାନାରେ ଛାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି କ୍ଳାସରେ ଅଟକାଇ ରଖୁଥିଲେ। ଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ବ୍ଲାକମେଲିଂ କରି ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ କେବଳ ଛାତ୍ରୀ ନୁହେଁ ଛାତ୍ରଙ୍କୁ ମଧ୍ୟ ବ୍ୟବହାର କରି ଧରାପଡ଼ିଥିଲେ । ଅନେକ ସମୟରେ ପଢ଼ାଇବା ବାହାନାରେ ଛାତ୍ରୀ ରହୁଥିବା ମେସ ଓ ହଷ୍ଟେଲକୁ ଯାଇ ସମୟ ଅତିବାହିତ କରୁଥିଲେ ।

ନିରୋଳାରେ ମଧ୍ୟ ଛାତ୍ରୀଙ୍କୁ ନେଇ ବୁଲାବୁଲି କରି ଧରାପଡ଼ିଥିଲେ । ତାଙ୍କର ଚାରିତ୍ରିକ ଦୋଷ ଯୋଗୁଁ କଲେଜର ଅନେକ ସହକର୍ମୀ ତାଙ୍କୁ ପସନ୍ଦ କରୁ ନଥିଲେ । ଅଭିଯୋଗ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖୁଥିବା ନେଇ ଶୁଣିବାକୁ ମିଳିଛି । ତାଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ହୋଇଥିବା ବେଳେ ଜଣେ ଟାଣୁଆ ରାଜନେତାଙ୍କ ସମ୍ପର୍କୀୟ ଯୋଗୁଁ ସେ କଲେଜ କର୍ତ୍ତୃପକ୍ଷଙ୍କୁ ନିଜ କବଜାରେ ରଖି ଛାତ୍ରୀଛାତ୍ରଙ୍କୁ ବ୍ଲାକମେଲିଂ କରୁଥିଲେ। ବାଲେଶ୍ୱର ଘଟଣା ପରେ ଏବେ ତାଙ୍କ ବିରୋଧରେ ସାଂଘାତିକ ଖୁଲାସା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କ, କନ୍ଦଳରୁ କେବେ ମୁକୁଳିବ କଂଗ୍ରେସ

ଭୁବନେଶ୍ୱର, ୨୦|୧ (ରବିନାରାୟଣ ଜେନା):  ରାଜ୍ୟରେ ଗୋଟିଏ ପରେ ଗୋଟିଏ ସାଧାରଣ ନିର୍ବାଚନ, ରାଜ୍ୟ ସଭା ନିର୍ବାଚନ, ଉପନିର୍ବାଚନ ଓ ଅନ୍ୟାନ୍ୟ ନିର୍ବାଚନ ଯାଉଛି ଏବଂ...

ବଢୁଛି ପାରଦ କମୁଛି ଶୀତ, ୨୪ ପର୍ଯ୍ୟନ୍ତ କୁହୁଡ଼ି

ଭୁବନେଶ୍ୱର,  ୨୦|୧  (ବନ୍ଦନା ସେଠୀ): ରାଜ୍ୟରେ ଏବେ ଋତୁ ବଦଳୁଛି । ରାତିରେ ଶୀତ କମିଥିବାବେଳେ ଦିନରେ ଖରାତାତି ବଢ଼ୁଛି । ତେବେ ଭୋର୍‌ ସମୟରେ...

ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ୪୦ ଦୋକାନ ଘର ପୋଡି ଧ୍ବଂସ

ଭୁବନେଶ୍ବର, ୨୦|୧ : ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ରାତି ଅଧରେ ହୁତୁହୁତୁ ହୋଇ ଜଳିଲା ହାଟ । ପ୍ରାୟ...

ମୁହାଁମୁହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ସମୀର ଦାସ, ଗୋଷ୍ଠୀ କନ୍ଦଳ ଜୋରଦାର

ନିମାପଡ଼ା, ୧୯।୧: ପୁରୀ ଜିଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାଜପାର ଆଭ୍ୟନ୍ତରୀଣ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ...

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri