Categories: ଖେଳ

ମାଉଣ୍ଟ ଏଲ୍‌ବ୍ରସ୍‌ରେ ସୌଭାଗ୍ୟ

ଭୁବନେଶ୍ୱର,୧୪ା୮ (ସରୋଜ ଜେନା): ୭୭ତମ ସ୍ବାଧୀନତା ଦିବସ ପୂର୍ବରୁ ୟୁରୋପ ଓ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ ଏଲ୍‌ବ୍ରସ୍‌ରେ ଉଡିଛି ଜାତୀୟ ପତାକା। ନୟାଗଡର ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ ଏଲ୍‌ବ୍ରସ୍‌ ଚଢ଼ି ଇତିହାସ ସୃଷ୍ଟି କରିଛନ୍ତି। ୪ ରୁଷୀୟ, ୨ ଭାରତୀୟ ଏବଂ ୩ ଜଣ ପ୍ରଶିକ୍ଷକଙ୍କ ସହିତ ମାଉଣ୍ଟ ଏଲ୍‌ବ୍ରସ୍‌ ଚଢ଼ିଥିଲେ ସୌଭାଗ୍ୟ। ଭାରତୀୟ ସମୟ ଦିନ ୧୧.୧୦ମିନିଟ୍‌ରେ ଶିଖରରେ ପହଞ୍ଚିଥିଲେ। ସୌଭାଗ୍ୟ ଏହି ସଫଳତାର ଶ୍ରେୟ ମହାପ୍ରଭୁ ଜଗନ୍ନାଥ, ଆକାଶବାଣୀ ଏବଂ ନୟାଗଡ଼ ବିକାଶ ମଞ୍ଚକୁ ଅର୍ପଣ କରିଛନ୍ତି। ସୌଭାଗ୍ୟଙ୍କ ଏହି ସଫଳତାରେ ନୟାଗଡ ବିକାଶ ମଞ୍ଚର ଆବାହକ ତଥା ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share